ଆଦିତ୍ୟ ପାଢୀ ହେଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର : ୧୯୮୩ ବ୍ୟାଚର ଆଇଏଏସ ଅଫିସର ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ କରାଯାଇଛି । ତାଙ୍କ ନିଯୁକ୍ତିକୁ ରାଜ୍ୟପାଳ ଗଣେଶୀ ଲାଲ ମଂଜୁର କରିଛନ୍ତି । ଶ୍ରୀ ପାଢୀ ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଅବସର ଗ୍ରହଣ କରିବେ । ଶ୍ରୀ ପାଢୀ ଗତ ୨୦୧୫ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଥିଲେ ।

ନିଜର ସ୍ୱଚ୍ଛ ଭାବମୂର୍ତ୍ତୀ ପାଇଁ ପରିଚିତ ଶ୍ରୀ ପାଢୀ ନିଜ କାର୍ଯ୍ୟକାଳରେ ରାଜ୍ୟରେ ସିଙ୍ଗିଲ ଓ୍ଵିଣ୍ଡୋ ବ୍ୟବସ୍ଥାର ପ୍ରଭାବୀ ଉପଯୋଗ, ମେକ ଇନ ଓଡ଼ିଶାର ସଫଳ ଆୟୋଜନ, ଶିଳ୍ପାୟନ ଆଦି ଲାଗି ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦାୟିତ୍ୱରେ ଥିଲେ ।

ଶ୍ରୀ ପାଢୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର କରାଯିବା ପରେ ଖୁବ ଶୀଘ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା ହେବାର ସମ୍ଭାବନାରହିଛି । ବର୍ତ୍ତମାନ ଉନ୍ନୟନ କମିଶନର ଥିବା ଅସିତ ତ୍ରିପାଠୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର