ଧାଡି ଦର୍ଶନକୁ ବିରୋଧ କରି ପୁରୀରେ ଲଙ୍କାକାଣ୍ଡ, ଶ୍ରୀମନ୍ଦିର ଚାରିପଟେ ଲାଗୁ ହେଲା ୧୪୪ ଧାରା

ପୁରୀ: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଛି ପୁରୀ ସହର। ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଲଗାଯାଇଥିିବା ବ୍ୟାରିକେଡ୍‌କୁ ଭାଙ୍ଗି ମନ୍ଦିର ଭିତରକୁ ଧଶେଇ ପଶିବା ସହିତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଅଣାୟତ ହେବା ପରେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇ ହିଂସାକୁ ରୋକିବାକୁ ଉଦୟମ ଆରମ୍ଭ ହୋଇଛି। ସେହିପରି ଧୀରେ ଧୀରେ ପରିସ୍ଥିତି ଅଣାୟତ ହେଉଥିବାରୁ ଶ୍ରୀମନ୍ଦିର ନିକଟସ୍ଥ ବଡ଼ଦାଣ୍ଡରେ ପୁଲିସ ଲାଠି ଚାର୍ଜ କରିଥିବା ବେଳେ ଭକ୍ତ, ସାଧାରଣ ଜନତା, ସେବାୟତମାନଙ୍କ ଭୁଞ୍ଜିଭୂତ ଅସନ୍ତୋଷ ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପରେ କେନ୍ଦ୍ରୀଭୂତ ହୋଇଛି। ଲୋକେ ପଶି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ କାଗଜପତ୍ର ନଷ୍ଟ କରିଦେଇଛନ୍ତି। କେବଳସେତିକି ନୁହେଁ, ବଡ଼ଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି।


ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ପରିଚାଳନା ନେଇ ଶ୍ରୀମନ୍ଦିର ପ୍ରଶାସନର ଅଣଦେଖା ବିରୋଧରେ କୁହୁଳୁଥିବା ପୁଞ୍ଜିିଭୂତ ଅସନ୍ତୋଷ ଆଜି ଉଗ୍ର ରୂପ ନେଇଛି। ବିଶେଷ କରି ଧାଡ଼ି ଦର୍ଶନର ଶୃଙ୍ଖଳିତ ଦର୍ଶନର ଆଳରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କ ହୃଦୟର ଦେବତା ଶ୍ରୀଜଗନ୍ନାଥଙ୍କୁ ମନଭରି ଦର୍ଶନରୁ ବଞ୍ଚିିତ କରିବା ।ଇଁ ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରି ଆଜି ଭକ୍ତ,ଶ୍ରଦ୍ଧାଳୁ, ସେବାୟତ ଓ ସର୍ବସାଧାରଣ ମିଳିତ ଭାବେ ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି ଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଲଗାଯାଇଥିବା ବ୍ୟାରିକେଡକୁ ଭାଙ୍ଗିଦେବା ସହିତ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଓ ଏସପିଙ୍କ କାର୍ଯ୍ୟାଳୟ ରେ ଭଙ୍ଗାରୁଜା କରିଛନ୍ତି। ତେବେ ଶହଶହ ଲୋେକେ ଶ୍ରୀମନ୍ଦିର ଆଡ଼କୁ ମାଡି ଯାଉଥିବା ଜାଣିବା ପରେ ପ୍ରଶାସନ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖ ସହିତ ଆଖପାଖ ଅଞ୍ଚଳରେ ୧୪୪ ଧାର ଜାରି କରାଯାଇ ସେଠାରେ ୨ ପ୍ଲାଟୁନ୍‌ ପୋର୍ସ ମୂତୟନ କରାଯାଇ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ହୋଇଛି। ତଥାପି ଲୋକେ ୧୪୪ ଧାରକୁ ମାନୁ ନ ଥିବାରୁ ପୁଲିସଲାଠି ଚାର୍ଜ କରିଛି।

ସମ୍ବନ୍ଧିତ ଖବର