ପଥର ମାଫିଆଙ୍କୁ ପ୍ରଶାସନିକ ସୁରକ୍ଷା! : ସିଲ୍ ହୋଇଥିବା ୧୪୦ କ୍ରସର୍ ଏବେ ବି ଚାଲିଛି

ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ, ଫୌଜଦାରୀ ମାମଲା ରୁଜୁ ପାଇଁ କହିଲେ, ଚିଠିକୁ ମାେସ ଛୁଇଁବ, ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ

ଯାଜପୁରରୋଡ଼୍/ ଧର୍ମଶାଳା/ ଚଢେଇଧରା : ପଚାଶ କି ଶହେ ନୁହେଁ। ଯାଜପୁର ଜିଲ୍ଲାର ବିଛାଖଣ୍ଡି, ଡ଼ଙ୍କାରୀ ଓ ରାହାଡ଼ପୁର, ଆରୁଆ, ବାଘୁଆ, ବାଜବାଟି ପାହାଡ଼ ଓ ରାସ୍ତା ପାର୍ଶ୍ବରେ ପ୍ରାୟ ୫ଶହ ବେଆଇନ୍ କ୍ରସର ଚାଲିଛି। ଦିନ ଦି ପହରରେ ବାହାର ରାଜ୍ୟର ପଥର ମାଫିଆ ବି ମେଗା ମୋବାଇଲ୍ କ୍ରସର ଜରିଆରେ ହଜାର ହଜାର ଟନ ପଥର ପେସି କୋଟି କୋଟି ଟଙ୍କା ରାଜସ୍ବ ଫାଙ୍କୁଛନ୍ତି। ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ପୁଲିସ, ତହସିଲ ଅଧିକାରୀ ସମସ୍ତେ ଦେଖୁଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ପାଇଁ କାହା ହାତ ଯାଉନାହିଁ। ୨୦୧୫ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଯେଉଁ ୧୪୦ଟି କ୍ରସରକୁ ସିଲ୍ କରିଥିେଲ, େସମାେନ ମଧ୍ୟ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି ବେଧଡକ ଭାେବ ନିଜ ୟୁନିଟ୍ ଚଳାଇଛନ୍ତି।

ସରକାରୀ ଅଧିକାରୀ-ମାଫିଆଙ୍କ ମଧ୍ୟରେ ଏମିତି ମଧୁଚନ୍ଦ୍ରିକା ଚାଲିଛି ଯେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜିଲ୍ଲା ପ୍ରଶାସନକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁେରାଧ କରିଥିଲେ ହେଁ, ତାର ସାମାନ୍ୟତମ ପ୍ରଭାବ ପଡିନାହିଁ। ବିଳମ୍ବରେ ହେଲେ ବି ଏମିତି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କାହା ଚାପରେ ପ୍ରଶାସନ ଚୁପ୍ ବସିଛି, ବେଆଇନ ଭାେବ କ୍ରସର ମାଲିକଙ୍କୁ ନିରବ ସମର୍ଥନ ଯୋଗାଇବା ପଛର ମହାନାୟକ କିଏ, ତାକୁ ନେଇ ଏବେ ସବୁ ମହଲରେ ପ୍ରଶ୍ନ ଉଠିଲାଣି।

ଉେଲ୍ଲଖଯୋଗ୍ୟ, ଯାଜପୁର ଜିଲ୍ଲାରେ ପ୍ରଦୂଷଣ ଆଇନକୁ ଖୋଲା ଉଲ୍ଲଙ୍ଘନ ଚାଲିଛି। ରାଜରାସ୍ତା କଡରେ ବେଆଇନ୍ ଭାବେ ଶହ ଶହ ‌କ୍ରସର ଚାଲିଛି। ତିନି ବର୍ଷ ତଳେ ଜିଲ୍ଲାପାଳ ଓ ଏସପି ବ୍ୟାପକ ଫୋର୍ସ ଲଗାଇ ୧୪୦ ବେଆଇନ୍ କ୍ରସର ସିଲ୍ କରିଥିେଲ। ମାତ୍ର ଏସବୁ ଲୋକ ଦେଖାଣିଆ ହୋଇ ରହିଯାଇଛି।

ଗତ ମାସ ୧୧ତାରିଖରେ କଳିଙ୍ଗନଗର ଆଞ୍ଚଳିକ ପ୍ରଦୂଷଣ କାର୍ଯ୍ୟାଳୟର ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ (ଚିଠି ନମ୍ବର ୧୯୯୭) ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ। କ୍ରସର୍ ମାଲିକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହିତ ଏହି ୧୪୦ କ୍ରସରକୁ ସିଲ୍ କରିବାକୁ ଏଥିେର କୁହାଯାଇଥିଲା। ଶ୍ରୀ ପାଣିଗ୍ରାହୀ ଦର୍ଶାଇଥିେଲ, ୨୦୧୫ମସିହା ଜୁଲାଇ ୨ ରୁ ୪ତାରିଖ ମଧ୍ୟରେ ଦର୍ପଣ ଓ ଧର୍ମଶାଳା ତହସିଲ ଅନ୍ତର୍ଗତ ରଥିଆ, ସଙ୍କିରିଡ଼ିହ, ବାଲିଚନ୍ଦ୍ରପୁର, ଚଣ୍ଡିଖୋଲ, ଆରୁହା, ଅଞ୍ଜିରା, ବାଲିସାହି, ପାଖର ଓ ରାଣୀବନ୍ଧ ପ୍ରଭୃତି ଅ୍ଞ୍ଚଳରେ ୧୪୦ଟି କ୍ରସର୍ ସିଲ୍ କରାଯାଇଥିଲା। ନୂତନ ଭାବେ ଏଠାରେ ଯୋଗ ଦେବା ପରେ ସେ ସଂପୃକ୍ତ ଅଞ୍ଚଳ ଗସ୍ତ କରିଥିଲେ। ଜାତୀୟ ରାଜପଥକୁ ଲାଗି ରହିଥିବା ଅଧିକାଂଶ କ୍ରସର୍ ପ୍ରଶାସନ ସିଲ୍ କରିଥିବା ସତ୍ତ୍ବେ ତାହା ଏବେ ବେଆଇନ୍ ଭାବେ ଚାଲିଛି। ଏପରିକି ବିଛାଖଣ୍ଡି ଅଞ୍ଚଳରେ ପ୍ରଦୂଷଣ ଆଇନ୍ ବାୟୁ(ପିସିପି) ଆକ୍ଟ ୧୯୮୧କୁ ବ୍ୟାପକ ଭାବେ ଉଲ୍ଲଂଘନ କରି କ୍ରସରଗୁଡ଼ିକ ଚାଲିଛି। ବେଆଇନ୍ କ୍ରସରଗୁଡ଼ିକ ଉପରେ ତହସିଲଦାର ଓ ଇନିସ୍ପେକ୍ଟର ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଫୌଜଦାରୀ ମାମଲା ରୁଜୁ କରିବାକୁ ଶ୍ରୀ ପାଣିଗ୍ରାହୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଆଉ ୩ଦିନ ପରେ ଏହି ଚିଠିର ଆୟୁଷ ମାେସ ଛୁଇଁବ। ମାତ୍ର ପ୍ରଶାସନ ଏହା ଉପରେ ଏଯାଏ କୌଣସି ପଦକ୍ଷେପ ନେଇନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ବିଛାଖଣ୍ଡି ଓ ଅଞ୍ଜିରା ଅଞ୍ଚଳକୁ ନେଇ ପଥର ମାଫିଆମାନେ ଏକ କରିଡ଼ର୍ କରିଛନ୍ତି। ବର୍ଷକୁ ଶହ ଶହ କୋଟି ଟଙ୍କାର ପଥର ଚୋରା ଚାଲାଣ ଚାଲିଥିଲେ ବି ସମସ୍ତେ ଜାଣି ନିରବ ଅଛନ୍ତି। ଏପରିକି ବେଆଇନ୍ ଖାଦାନରେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଶ୍ରମିକମାନଙ୍କୁ ସଡ଼କ ଦୁଘର୍ଟଣା ଦର୍ଶାଇ ବୀମା ଅର୍ଥ ହଡ଼ପ କରାଯାଉଛି। ପୁଲିସ ଓ ପଥର ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର