ଓଡ଼ିଶାର ବିଧାୟକମାନେ ହାରାହାରି ୪୬% ଭୋଟ ପାଇଛନ୍ତି, ୭୪.୩୪% ଭୋଟହାର ସହ ପ୍ରଥମ ସ୍ଥାନରେ ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ : ଏଡିଆର ରିପୋର୍ଟ

ଭୁବନେଶ୍ୱର : ଭାରତୀୟ ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଏଡିଆର (ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ) ପକ୍ଷରୁ ଓଡ଼ିଶାରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟହାର ଓ ବିଜୟ ବ୍ୟବଧାନକୁ ନେଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ଭୋଟହାର ସହ ବିଜୟୀ ହୋଇଛନ୍ତି । ତାଙ୍କ ଭୋଟ ହାର ୭୪.୩୪ ପ୍ରତିଶତ ରହିଛି । ଅର୍ଥାତ ଖଣ୍ଡପଡାରେ ପଡ଼ିଥିବା ୧,୩୪୫୬୫ ଖଣ୍ଡ ଭୋଟରୁ ସେ ୧,୦୦୦୩୮ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ୬୬.୩୨ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଛନ୍ତି । ହିଞ୍ଜିଳିରେ ମୋଟ ୧୪୧୮୩୨ ଖଣ୍ଡ ଭୋଟ ପଡିଥିବାବେଳେ ସେଥିରୁ ୯୪୦୬୫ଖଣ୍ଡ ଭୋଟ ନବୀନ ପାଇଛନ୍ତି । ଅନ୍ୟପକ୍ଷରେ ରାୟଗଡ଼ାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ମାତ୍ର ୩୦.୨୧ ପ୍ରତିଶତ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାର ଚଳିତ ବିଧାନସଭାରେ ବିଜୟୀ ପ୍ରାର୍ଥୀମାନଙ୍କ ଭୋଟହାର ହାରାହାରି ଭାବେ ୪୬ ପ୍ରତିଶତ ରହିଛି । ୪୫ ଜଣ ବିଜୟୀ ପ୍ରାର୍ଥୀ ୫୦ ପ୍ରତିଶତ ବା ଅଧିକ ଭୋଟ ପାଇ ଜିତିଛନ୍ତି । ୧୦୧ ଜଣ ପ୍ରାର୍ଥୀ ୫୦ ପ୍ରତିଶତରୁ କମ ଭୋଟହାର ପାଇଁ ବିଜୟୀ ହୋଇଛନ୍ତି । ବିଜୁ ଜନତା ଦଳର ବିଜୟୀ ୧୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୬୮ ଜଣ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ହୋଇଥିବା ମୋଟ ଭୋଟରୁ ୫୦ ପ୍ରତିଶତ ବା କମ ଭୋଟ ପାଇଛନ୍ତି ।

ସମ୍ବନ୍ଧିତ ଖବର