ଭୁବନେଶ୍ୱରରୁ ହାଇଦ୍ରାବାଦ, କୋଲକାତା ଓ ଝାରସୁଗୁଡ଼ାକୁ ଏବଂ କୋଲକାତା, ଭୁବନେଶ୍ୱର ପାଇଁ ଝାରସୁଗୁଡ଼ାରୁ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର/ଝାରସୁଗୁଡ଼ା : ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦ, କୋଲକାତା ଓ ଝାରସୁଗୁଡ଼ାକୁ ବିମାନ ଉଡ଼ାଣ ବାତିଲ ହୋଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦ ପାଇଁ ଉଦ୍ଦିଷ୍ଟ ଇଣ୍ଡିଗୋ ବିମାନକୁ ବାତିଲ କରାଯାଇଥିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କରୋନା କଟକଣା ଯୋଗୁ ଏଭଳି କରାଯାଇଥିବାର ସୂଚନା ଦିଆଯାଇଛି।

ଏଣେ, ଓଡ଼ିଶାର ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ବ୍ୟତୀତ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ମଧ୍ୟ ଖୋଲିଛି  । ଏଠାରୁ କୋଲକାତା ଏବଂ ଭୁବନେଶ୍ୱର ପାଇଁ ଉଭୟ ବିମାନ ଉଡ଼ାଣ ବାତିଲ ହେଇଥିବା ଜଣାଯାଇଛି । ସ୍ପାଇସ ଜେଟ୍ ଏୟାରଲାଇନ୍ସ  କୋଲକାତା ଏବଂ ଭୁବନେଶ୍ୱର ପାଇଁ ଉଭୟ ବିମାନ ଉଡ଼ାଣ ବାତିଲ କରିଛି ଏବଂ ସ୍ପାଇସେଟ୍ ଏୟାରଲାଇନ୍ସ  ମଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ କୋଲକାତା ବିମାନକୁ ବାତିଲ କରିଛି। ତେବେ ଝାରସୁଗୁଡ଼ାରୁ ହାଇଦ୍ରାବାଦ ଓ ଦିଲ୍ଲୀକୁ ଆଜି ଏଲାୟନ୍ସ ଏୟାର କମ୍ପାନି ଉଡ଼ାଣ କରିବ ବୋଲି ଜଣାଯାଇଛି। ଆଜି ଝାରସୁଗୁଡ଼ାରୁ ହାଇଦ୍ରାବାଦକୁ ୧୨ଟାରେ ବିମାନ ଯାତ୍ରା ଆରମ୍ଭ କରିବ। ଅପରପକ୍ଷରେ ବିମାନ ଦିଲ୍ଲୀକୁ ୨ଟାରେ ଯାତ୍ରା ଆରମ୍ଭ କରିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ,  ବିମାନ ସେବା ଯୋଗାଉ ଥିବା ସ୍ପାଇସ୍ ଜେଟ୍ ଓ ଏଲାୟନ୍ସ ଏୟାର କମ୍ପାନି ଉଡ଼ାଣ ପାଇଁ ତାର ସମୟ ସାରଣୀ ମଧ୍ୟ ପ୍ରକାଶ କରିଥିଲା। ଏହି ସମୟ ସାରଣୀ ଅନୁଯାୟୀ ସ୍ପାଇସ ଜେଟ୍ ପକ୍ଷରୁ ଝାରସୁଗୁଡ଼ା ଦିଲ୍ଲୀ ବିମାନ ସେବା ବୁଧବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବ।

ସମ୍ବନ୍ଧିତ ଖବର