ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ: ଜୟଶ୍ରୀ-ଭାଗ୍ୟଶ୍ରୀଙ୍କୁ ୨ ବର୍ଷ ପରେ ମିଳିଲା ସାର୍ଟିଫିକେଟ୍‌

ରାଉରକେଲା: ରାଉରକେଲା ସେଣ୍ଟ୍‌ ମେରୀ ସ୍କୁଲର ପୂର୍ବତନ ୨ ଛାତ୍ରୀ ତଥା ଦୁଇ ଭଉଣୀଙ୍କୁ ବୁଧବାର ଦଶମ ଶ୍ରେଣୀ ସାର୍ଟିଫିକେଟ ମିଳିଛି। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ୨ ପୂର୍ବତନ ଛାତ୍ରୀଙ୍କୁ ସାର୍ଟିଫିକେଟ ଦିଆଯାଇଛି। ଏହା ପୂର୍ବରୁ ସାର୍ଟିଫିକେଟ ଫେରାଇବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣ ନିର୍ଦ୍ଦେଶ ଦେଇଥିଲେ।

ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଅଞ୍ଚଳର ରିଓଁ ଗ୍ରାମର ଧରଣୀଧର ସିଂଙ୍କ ଦୁଇ ଝିଅ ଜୟଶ୍ରୀ ଓ ଭାଗ୍ୟଶ୍ରୀ ରାଉରକେଲା ଜଗଦାସ୍ଥିତ ଇଂରାଜୀ ମିଡିୟମ ସେଂଟମେରୀ ସ୍କୁଲରେ ପାଠ ପଢୁଥିଲେ। ଅର୍ଥ ଅଭାବରେ ଦିନ କାଟୁଥିବା ଦୁଇ ଭଉଣୀ କୋଏଲ ନଦୀ ପାର ହୋଇ ପାଠ ପଢିବାକୁ ଯାଉଥିଲେ। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ଜୟଶ୍ରୀ ଓ ଭାଗ୍ୟଶ୍ରୀ ସ୍କୁଲ ଫି ଦେଇପାରି ନ ଥିଲେ। ଦଶମ ବୋର୍ଡ ପରୀକ୍ଷା ସମୟରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଅର୍ଥ ଦେଇ ନ ପାରିବାରୁ ବହୁତ ହଇରାଣ କରିଥିଲେ।

ସୂଚନାଯୋଗ୍ୟ, ଜୟଶ୍ରୀ ଓ ଭାଗ୍ୟଶ୍ରୀ ୨୦୧୭ରୁ ପାସ କରିଥିଲେ ହେଁ ଉଭୟଙ୍କ ସ୍କୁଲର ବକେୟା ଫି ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ସାର୍ଟିଫିକେଟ ଦେବାକୁ ମନା କରିଦେଇଥିଲେ। ଫଳରେ ଦୁଇ ଭଉଣୀ ଶେଷରେ ଗଣମାଧ୍ୟମକୁ ସବୁ କଥା କହିଥିଲେ।

ସମ୍ବନ୍ଧିତ ଖବର