ସ୍ବାଭାବିକ ହୋଇନି ରେଳସେବା: ପୁଣି ୨୭ ଟ୍ରେନ୍ ବାତିଲ୍, ରେଳଯାତ୍ରୀ ହନ୍ତସନ୍ତ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗ ସମେତ ଉତ୍ତର-ପୂର୍ବ ଭାରତର କିଛି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ଆଜି ମଧ୍ୟ ଓଡ଼ିଶା ଦେଇ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ଆଜି ପୁଣି ୨୭ଟି ଟ୍ରେନ୍ ବାତିଲ୍‌ କରାଯାଇଛି। ଫଳରେ ଗତକାଲି ଭଳି ଆଜି ମଧ୍ୟ କୋଲକାତା, ଗୌହାଟି, ଚେନ୍ନାଇ, ହାଇଦ୍ରାବାଦ, ମୁମ୍ବଇ, ବାଙ୍ଗାଲୋର ଆଦି ସହରକୁ ଯାତ୍ରା କରିବାକୁ ପୂର୍ବରୁ ଟିକଟ ସଂରକ୍ଷିତ କରିଥିବା ରେଳଯାତ୍ରୀମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହାଓଡ଼ାରୁ ବାହାରୁଥିବା ସିଆଲ୍‌ଦା-ପୁରୀ ଏକ୍ସପ୍ରେସ୍ ବାତିଲ୍ ହୋଇଥିବା‌ବେଳେ ପୁରୀରୁ ବାହାରୁଥିବା ୪ଟି ଟ୍ରେନ୍ ଯଥା ପୁରୀ-ଚେନ୍ନାଇ ଏକ୍ସପ୍ରେସ୍, ପୁରୀ-ସଂତ୍ରାଗାଛି ପାସେଞ୍ଜର ଟ୍ରେନ୍, ପୁରୀ-ଖୋର୍ଦ୍ଧା ପାସେଞ୍ଜର ଟ୍ରେନ୍, ପୁରୀ-ଚେନ୍ନାଇ ସ୍ବତନ୍ତ୍ର ଟ୍ରେନ୍ ରହିଛି। ପୁରୀରୁ ବାହାରୁଥିବା ଟ୍ରେନ୍‌ଗୁଡ଼ିକ ସଂଯୋଗକାରୀ ଟ୍ରେନ୍ ବାତିଲ୍‌ ଯୋଗୁ ବାତିଲ୍‌ ହୋଇଛି। ସେହିପରି ଦେଶର ବିଭିନ୍ନ ଷ୍ଟେସନରୁ ଆସୁଥିବା ୨୨ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଏଥିରେ ୧୬ ଓ ୧୯ତାରିଖରେ ଥିବା କେତୋଟି ଟ୍ରେନ୍ ମଧ୍ୟ ବାତିଲ୍‌ ହୋଇଛି। ତିରୁପତି-ହାଓଡା ଏକ୍ସପ୍ରେସ୍, ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ୍, ଦୀଘା-ପୁରୀ ଏକ୍ସପ୍ରେସ୍, ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍, ହାଇଦ୍ରାବାଦ୍-ହାଓଡ଼ା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍, ଚେନ୍ନାଇ-ପୁରୀ ଏକ୍ସପ୍ରେସ୍, ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍, ମାଙ୍ଗାଲୋର- ସାଂତ୍ରାଗାଛି ଏକ୍ସପ୍ରେସ୍, ପୁଡୁଚେରି- ସାଂତ୍ରାଗାଛି ଏକ୍ସପ୍ରେସ୍, ଭାସ୍କୋଡାଗାମା-ହାଓଡ଼ା ଅମରାବତି ଏକ୍ସପ୍ରେସ୍, ସିକନ୍ଦରାବାଦ୍-ଗୌହାଟି ଏକ୍ସପ୍ରେସ୍, ନିଉ ତିନସୁକିଆ- ବାଙ୍ଗାଲୋର ଏକ୍ସପ୍ରେସ୍, ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍ (ଦୁଇଟି ଟ୍ରେନ୍), ଚେନ୍ନାଇ-ପୁରୀ ସ୍ବତନ୍ତ୍ର ଟ୍ରେନ୍, ମହୀଶୁର-ହାଓଡା ଏକ୍ସପ୍ରେସ୍, ଯଶବନ୍ତପୁର-ହାଓଡ଼ା ଏକ୍ସପ୍ରେସ୍ ଆଦି ଟ୍ରେନ୍ ଆଜି ଓ ଆସନ୍ତାକାଲି ପାଇଁ ବାତିଲ୍‌ ହୋଇଛି। ୧୭ତାରିଖରେ ଏର୍ଣ୍ଣାକୁଲମ୍-ହାଓଡ଼ା ଏକ୍ସପ୍ରେସ୍, ଗୌହାଟି-ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟ ଏକ୍ସପ୍ରେସ୍, ଅଗରତାଲା-ବାଙ୍ଗାଲୋର କ୍ୟାଣ୍ଟନମେଣ୍ଟ ଏକ୍ସପ୍ରେସ୍, ୧୯ତାରିଖରେ ଗୌହାଟି-ସିକନ୍ଦରାବାଦ୍ ଏକ୍ସପ୍ରେସ୍ ବାତିଲ୍‌ ହୋଇଛି।

ଏହାସହ ୧୨ଟି ଟ୍ରେନ୍ ଆଂଶିକ ବାତିଲ୍‌ ହୋଇଛି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ହାଓଡ଼ାରୁ-ଖଡ଼ଗପୁର ଷ୍ଟେସନ ମଧ୍ୟରେ ଚାଲିଥିବା‌ ବିକ୍ଷୋଭ ଶନିବାର ବିଳମ୍ବିତ ରାତିରେ ପ୍ରତ୍ୟାହାର ହୋଇଛି। କିନ୍ତୁ ସଂଯୋଗକାରୀ ଟ୍ରେନ୍‌ଗୁଡ଼ିକ ବାତିଲ୍‌ ହୋଇଥିବାରୁ ଏବେ ଟ୍ରେନ୍ ଚଳାଚଳ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର