ଗଂଜାମରେ ଆଉ ଏକ ଏନ୍‌କାଉଣ୍ଟର, ବ୍ୟାଙ୍କ ଲୁଟେରା ଆହତ

ବୁଗୁଡ଼ା: ଗ˚ଜାମ ଜିଲ୍ଲାରେ ୪୮ତମ ଏନ୍‌କାଉଣ୍ଟରରେ ପଡ଼ିଛି ଦୁର୍ଦ୍ଦାନ୍ତ ଅନ୍ତଃଜିଲ୍ଲା ବ୍ୟାଙ୍କ ଡକାୟତ ବେଣୁ ବାରିକ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଜାମୁପାଟଣା ଗ୍ରାମର ମୂଳବାସିନ୍ଦା ବେଣୁ ଆଜି ସକାଳ ୭ଟାରେ ବୁଗୁଡା ଠାରୁ ୧୮ କିଲୋମିଟର ଦୂର କରଚୂଲି ସ˚ରକ୍ଷିତ ଜଙ୍ଗଲ ନିକଟରେ ପୁଲିସ ଏନ୍‌କାଉଣ୍ଟରରେ ଆହତ ହୋଇଛି। ବେଣୁର ବାମ ଗୋଡ଼ ଆଣ୍ଠୁରେ ଗୁଳି ବାଜିଥିବାରୁ ତାକୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ତେବେ ତା’ର ସହଯୋଗୀ ବୁଲା ଦାଶ ସେଠାରୁ ଫେରାର‌୍‌ ହୋଇଯାଇଛି। ଏନ୍‌କାଉଣ୍ଟର ସ୍ଥଳରୁ ପୁଲିସ ଗୋଟିଏ ପିସ୍ତଲ, ବାଇକ୍‌ ଓ ମୋବାଇଲ୍‌ ଜବତ କରିଛି।

ଆଜି ସକାଳେ ବେଣୁ ନିଜ ସହଯୋଗୀଙ୍କ ସହ କରଚୂଲି ଠାରେ ଅପରାଧ ଯୋଜନା କରୁଥିବାବେଳେ ଥାନା ଅଧିକାରୀ ରାମଚନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ୍‌ ସ˚ରକ୍ଷିତ ଜଙ୍ଗଲ ପାଖରେ ପହଞ୍ଚିଥିଲେ। ପୁଲିସ ଟିମ୍‌କୁ ଦେଖି ବେଣୁ ଗୁଳିମାଡ଼ କରିଥିଲା। ପାଲଟା ଗୁଳିରେ ବେଣୁ ଆହତ ହୋଇଛି। ବେଣୁ ୨୦୧୬ ମସିହାରେ ସେ ମାଣିତରା ବ୍ୟାଙ୍କ ଲୁଟ୍‌ ସମେତ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓ ବୁଗୁନା ଥାନା ଇଲାକାରେ ସ˚ଘଟିତ ଡକାୟତି ସମେତ ବିଭିନ୍ନ ଅପରାଧ ମାମଲାରେ ଜଡ଼ିତ। ଜଣେ ପେସାଦାର ବ୍ୟାଙ୍କ ଡକାୟତ ଭାବେ ସେ କୁଖ୍ୟାତ ଥିଲା। ୨୦୧୩ ମସିହାରେ ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଗ୍ରାମ୍ୟ ବ୍ୟାଙ୍କ ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ଓଡ଼ଗାଁ ଥାନା ରଘୁନାଥ ମନ୍ଦିର ନିକଟରେ ଜଣେ ଟ୍ୟୁ‌େଟାରିଆଲ୍‌ ମାଲିକ ଉପରକୁ ଗୁଳିମାଡ଼ ଓ ବାଇକ୍‌ ପୋଡ଼ି ସମେତ ୭ରୁ ଅଧିକ ଅପରାଧ ମାମଲାରେ ସେ ସମ୍ପୃକ୍ତ ଥିଲା।

ସମ୍ବନ୍ଧିତ ଖବର