ପୁଣି ବସ୍‌ ଭଡ଼ା ବଢ଼ିଲା

ଭୁବନେଶ୍ୱର : ଆଜିଠାରୁ ଘରୋଇ ବସ୍‌ ଭଡ଼ା ବଢ଼ିଛି। ସ୍ୱୟଂକ୍ରିୟ ବ୍ୟବସ୍ଥା ଜରିଆରେ ଏଭଳି ଭଡ଼ା ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଏହି ଭଡ଼ା ବୃଦ୍ଧିକୁ ମଞ୍ଜୁରି ଦେଇଛନ୍ତି। ଏଣିକି ଯାତ୍ରୀଙ୍କୁ ଅର୍ଡିନାରୀ ବସ୍‌ରେ କି.ମି. ପିଛା ୬୭ ପଇସାରୁ ୬୮ ପଇସା ଦେବାକୁ ହେବ। ସେହିପରି ଏକ୍ସପ୍ରେସ୍‌ ବସ୍‌ରେ କି.ମି. ପିଛା ୭୦ରୁ ୭୧ ପଇସା, ଡିଲକ୍ସ ବସ୍‌ରେ ୯୫ରୁ ୯୭ ପଇସା, ଏସି ଡିଲକ୍ସ ବସ୍‌ରେ ଟ ୧.୧୭ରୁ ଟ ୧.୧୯ ପଇସାକୁ ବଢ଼ିଛି। ଡିଜେଲ୍‌ ଲିଟର ପିଛା ପାଖାପାଖି ୭୦ ଟଙ୍କାକୁ ବୃଦ୍ଧି ପାଇଥିବାରୁ ବସ୍‌ ଭଡ଼ା ବୃଦ୍ଧି ପାଇଥିବା ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ୍‌ ଉପରୁ ଶୁଳ୍କ ହ୍ରାସ କଲେ, ବସ୍‌ ଭଡ଼ା କମିବ ବୋଲି ସଂଘ ଦର୍ଶାଇଛି। ଗତ ଜାନୁଆରି ୩୦ ତାରିଖରେ ବସ୍‌ ଭଡ଼ା ବୃଦ୍ଧି ପାଇଥିଲା।

ସମ୍ବନ୍ଧିତ ଖବର