ଜାମିନ ମିଆଦ ପୂରିଲା : ପୁଣି ଜେଲ୍‌କୁ ଫେରିଲେ ଜୟନାରାୟଣ

ବରଗଡ଼/ସୋହେଲା : ବନାବିରା ଆକ୍ରମଣ ଘଟଣାରେ ସର୍ତ୍ତମୂଳକ ଜାମିନ ମିଆଦ ପୂରିବା ପରେ  ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଆଜି ଜେଲ୍‌କୁ ଫେରିଛନ୍ତି। ବିଜେପୁର ନିର୍ବାଚନ ପୂର୍ବରୁ ଅର୍ଥାତ୍‌ ଫେବ୍ରୁଆରି ୨୨ ତାରିଖ ବିଳମ୍ବିତ ରାତିରେ ନିର୍ବାଚନମଣ୍ଡଳୀ ସୀମା ନିକଟବର୍ତ୍ତୀ ବନାବିରା ଗାଁରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ଓ ଅନ୍ୟମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଗାଡ଼ିଚାଳକ ମାଗି ସାହୁଙ୍କ ମୃତ୍ୟୁ ହୋଇଥିଲା।  ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର, ସହଯୋଗୀ ଶିବ ଦିଓ୍ଵାନଙ୍କ ସମେତ ୮ଜଣ ଗିରଫ ହୋଇଥିଲେ। ଚିକିତ୍ସା ପାଇଁ କୋର୍ଟ ଜୟନାରାୟଣଙ୍କୁ ୨ମାସର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ,  ଅନ୍ତରୀଣ ଜାମିନର ଅବଧି ଆଜି ଶେଷ ହୋଇଯିବାରୁ ଜୟନାରାୟଣବରଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କୁ ପୁନର୍ବାର ସୋହେଲା ଜେଲ୍‌କୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର