ବଜ୍ରକାପ୍ତା ଚୋରା ଚାଲାଣର ଖୋଲୁଛି ଗୁମର, ଆଉ ଜଣେ ଗିରଫ

ଭୁବନେଶ୍ୱର: ବଜ୍ରକାପ୍ତା ଚୋରା ଚାଲାଣ ର‍୍ୟାକେଟ୍‌ର ଜୋରଦାର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ଏସ୍‌ଟିଏଫ ଆଜି ଅନ୍ୟ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଆସାମ ସିଲଚର ଅଞ୍ଚଳର ଅମିର ହୁସେନ୍‌। ଆଜି ତାକୁ ଆସାମରୁ ଭୁବନେଶ୍ୱର ଅଣାଯାଉଛି। ଗତକାଲି ଏସ୍‌ଟିଏଫ୍‌ ମିଜୋରାମର ରାମଲାଲ୍‌ ଟୁଙ୍ଗାକୁ ଗିରଫ କରିଥିଲା। ଦୁହେଁ ଓଡ଼ିଶାରୁ ବଜ୍ରକାପ୍ତା କାତି ନେଇ ବିଦେଶକୁ ଚାଲାଣ କରୁଥିଲେ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ପୁଲିସ ଏହି ଘଟଣାରେ ପୂର୍ବରୁ ସୟଦ ଆଲ୍ଲାଉଦ୍ଦିନ, ଶ୍ୟାମସୁଦ୍ଦିନ୍‌ ଖାନ୍‌ ଓ ତାଙ୍କ ପୁଅ ଆଲ୍ଲାରୁଖ୍‌ ଖାନ୍‌କୁ ଗିରଫ କରି ସାରିଛି। ଏସ୍‌ଟିଏଫ୍‌ରୁ ମିଳିଥିବା ସୂଚନା ମୁତାବକ, ବଜ୍ରକାପ୍ତାର ଅନ୍ତଃରାଷ୍ଟ୍ରୀୟ ବଜାରରେ ଚାହିଦା ରହିଛି। ଏଗୁଡ଼ିକୁ ଶିକାର କରି ଚୀନ, ନେପାଳ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଦକ୍ଷିଣକୋରିଆ, ଥାଇଲାଣ୍ଡ ଭଳି ଦେଶକୁ ଚାଲାଣ କରାଯାଇଥାଏ। ଆସାମର ଅମିର ଓ ମିଜୋରାମ ଟୁଙ୍ଗା ଏହି ଚାଲାଣ ର‍୍ୟାକେଟ୍‌ର ଅନ୍ୟତମ ସଦସ୍ୟ ବୋଲି ଏସ୍‌ଟିଏଫ ଏସ୍‌ପି ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର