ପୁଣି ଭୁଶୁଡ଼ିଲା ଶାସନ କେନାଲ

ସମ୍ବଲପୁର : ଶାସନ କେନାଲରେ ଫେବ୍ରୁଆରି ୧୦ ତାରିଖରେ ବଲବସପୁରରେ ୪୦ ଫୁଟ ଘାଇ ସୃଷ୍ଟି ହୋଇଥିଲା। ଆଜି ପୁଣି ପଣ୍ଡରିପାଲିରେ ୩୫ ଫୁଟର ଘାଇ ହୋଇଛି। ଏଥିଯୋଗୁଁ ସମୁଦାୟ ଅଞ୍ଚଳ ଜଳମଗ୍ନ ହୋଇଥିଲା। ଏ ନେଇ ସ୍ଥାନୀୟ ଅଧିବାସୀଙ୍କ ଠାରୁ ସୂଚନା ପାଇ ଜଳସେଚନ ବିଭାଗର ଅଧିକାରୀଙ୍କ ଠାରୁ କର୍ମଚାରୀ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ମରାମତି ଆରମ୍ଭ କରିଥିଲେ। ଶାସନ କେନାଲ ପାଣି ନିଷ୍କାସନ ସ୍ଥଳ ଠାରୁ ଏହା ପ୍ରାୟ ୧୭ କିଲୋମିଟର ଦୂର ଥିବାରୁ ପାଣି ବନ୍ଦ ହେବାକୁ ଦିନ ୨ଟା ସମୟ ଲାଗି ଯାଇଥିଲା। ଏଥିଯୋଗୁଁ ପ୍ରାଥମିକ ପର୍ଯ୍ୟାୟ ମରାମତିକୁ ବିଳମ୍ବ ହୋଇଥିଲା ରାତି ପର୍ଯ୍ୟନ୍ତ ଏହି ମରାମତି କାର୍ଯ୍ୟ ଜାରି ରହିଥିଲା। ଅନ୍ୟଦିଗରେ ଏହି ଘାଈ ଯୋଗୁଁ ତଳ ମୁଣ୍ଡର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ସମ୍ବନ୍ଧିତ ଖବର