ପୁଣି ଜଣେ ସ୍କୁଲ ଛାତ୍ରୀ ଅନ୍ତଃସତ୍ତ୍ବା

ଭବାନୀପାଟଣା : ଦାରିଙ୍ଗବାଡ଼ି ଘଟଣାକୁ ନେଇ ରାଜ୍ୟରେ ଚର୍ଚ୍ଚା ଥମୁ ନ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ନର୍ଲା ଠାରେ ଅନୁରୂପ ଘଟଣା ଘଟିଛି। ଏଠାକାର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ବା ଥିବ‌ା ଏବଂ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା‌ ଜଣାଯାଇଛି। ତେବେ ସ୍କୁଲ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପ୍ରଶାସନ ଏ ନେଇ ମୁହଁ ଖୋଲୁନାହାନ୍ତି। ନର୍ଲା ଆଇଆଇସିଙ୍କୁ ପଚରାଯିବାରୁ ଆମେ ଏ ନେଇ ଖବର ପାଇଛୁ ଓ ତଦନ୍ତ ପାଇଁ ଜଣେ ଅଧିକାରୀଙ୍କୁ ଡାକ୍ତରଖାନାକୁ ପଠାଇଛୁ ବୋଲି କହିଛନ୍ତି। ଛାତ୍ରୀ ଜଣକ ଅନ୍ୟ ରାଜ୍ୟର ହୋଇଥିୁବା ବେଳେ ସେ ଏଠାର ଛାତ୍ରୀନିବାସରେ ରହୁଥିଲେ। ପ୍ରକାଶଥାଉ କି, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସିରିମସ୍କା ଗ୍ରାମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ସଂପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଜେଲ୍ ଯିବା ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର