ଶ୍ରୀମନ୍ଦିର ପରିସରରେ ପୁଣି ସେଲ୍‌ଫି

ପୁରୀ : ଶ୍ରୀମନ୍ଦିର ପରିସରରେ ଉଠିଥିବା ଫଟୋ ପୁଣି ଥରେ ଭାଇରାଲ ହୋଇଛି। ନିକଟ ଅତୀତରେ ଏକାଧିକ ବଙ୍ଗୀୟ ଭକ୍ତଙ୍କ ସମେତ ଜଣେ ସରକାରୀ ଅଧିକାରୀ ଫେସ୍‌ବୁକ୍‌ରେ ଫଟୋ ଅପ୍‌ଲୋଡ଼୍‌ କରିବା ଘଟଣା ଚର୍ଚ୍ଚା ହେବା ପରେ ଏବେ ଆଉ ଦୁଇଜଣ ଅଣଓଡ଼ିଆ ପର୍ଯ୍ୟଟକ ନିଜ ସେଲ୍‌ଫି ଭାଇରାଲ୍‌ କରିଛନ୍ତିି। ନିଷିଦ୍ଧାଂଚଳରେ ଫଟୋ ଉଠାଇ ଭାଇରାଲ୍‌ କରିଥିବା ଏହି ଦୁଇ ପର୍ଯ୍ୟଟକ ହେଲେ ଯୁଗଳ କିଶୋର ବୈଷ୍ଣବ ଓ ଜୟସିଂହ ସାଲ୍‌ଭେ। ଶ୍ରୀମନ୍ଦିର ଭିତରେ ଏହି ସବୁ ଫଟୋ ଉଠିଛି। ଜୁନ୍‌ ମାସରେ ଏହି ଫଟୋ ଅପ୍‌ଲୋଡ଼୍‌ ହୋଇଛି। ଏହି ଦୁଇଜଣଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ରେ ହୋଇଥିବା ଏହି ଅପ୍‌ଲୋଡ଼୍‌ ଦ୍ରୁତଗତିରେ ସେୟାର ହେଉଛି। ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଏହି ଫଟୋ ରହିଛି। ପୂର୍ବରୁ ମୋବାଇଲ କଟକଣା ଥିବା ବେଳେ ଏବେ କଟକଣା କଡ଼ାକଡ଼ି କରାଯାଇଛି। ହେଲେ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଚାଲେଞ୍ଜ କରି ମୋବାଇଲ ମନ୍ଦିର ଭିତରକୁ ଯାଉଛି ଓ ନିଷିଦ୍ଧ ସ୍ଥାନର ଫଟୋ ଉଠାଯାଉଛି।

ସମ୍ବନ୍ଧିତ ଖବର