ଇମ୍ଫା ପରିସରରେ ବ୍ୟାପକ ଭଙ୍ଗାରୁଜା

ରାୟଗଡା : ରାୟଗଡା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା ବିରୋଧରେ ଡଙ୍ଗରିଆ କନ୍ଧ ଆଜି ଆନ୍ଦୋଳନକୁ ତୀବ୍ର କରିଛନ୍ତି। ମୁଖ୍ୟ ଫାଟକକୁ ଭାଙ୍ଗିଦେବା ସହିତ କାରଖାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଅଧିକ ନିଯୁକ୍ତି ସୃଷ୍ଟି, ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ପ୍ରଭୃତି ୯ ଦଫା ଦାବିରେ ଡଙ୍ଗରିଆମାନେ ୨ ଦିନ ଧରି ଆନ୍ଦୋଳନ ଚଳାଇଥିଲେ। ଆଜି ଅପରାହ୍ନ ୨ଟା ସୁଦ୍ଧା ଦାବି ପୂରଣ ନେଇ ଆଲୋଚନା କରିବାକୁ କମ୍ପାନି କର୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ କମ୍ପାନି ପକ୍ଷରୁ କେହି ଆଲୋଚନାକୁ ନଆସିବାରୁ ଆନ୍ଦୋଳନ ଉଗ୍ରରୂପ ନେଇଥିଲା।

ଅନ୍ୟପକ୍ଷରେ, ବିଜେପି ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଆଜି ଇମ୍ଫା ସପକ୍ଷରେ ବାହାରିଛନ୍ତି। ଉତ୍କଳ ଆଲୁମିନାକୁ ସେ ବିବାଦ ଭିତରକୁ ଟାଣି ଆଣିଛନ୍ତି। ଶ୍ରୀ ପାଙ୍ଗି ଉତ୍କଳ ଆଲୁମିନାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇନାହିଁ କି ଉକ୍ତ ଅଂଚଳର ବେକାର ଯୁବକଙ୍କୁ ବି ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର