ନିଯୁକ୍ତିି ଦାବିରେ କୃଷି ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର : କୃଷି ବିଭାଗରେ ପଦବି ଖାଲି ପଡ଼ିଛି। ଯୋଗ୍ୟ ଛାତ୍ରଛାତ୍ରୀ ବେକାର ହେବାକୁ ଯାଉଥିଲେ ମଧ୍ୟ ଚାକିରି ଦିଆଯାଉନି। ସରକାରଙ୍କର ଏଭଳି ଅବହେଳାର ପ୍ରତିବାଦରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନରେ ଥିବା ବିଭିନ୍ନ କଲେଜ୍‌ର ଶତାଧିକ ଛାତ୍ରଛାତ୍ରୀ ଆଜି ଧାରଣା ଦେଇଛନ୍ତି। ପୂର୍ବାହ୍ନରେ ଏହି ଛାତ୍ରଛାତ୍ରୀମାନେ ମାଷ୍ଟର କ୍ୟାଣ୍ଟିନ୍‌ରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆସି ଲୋୟର ପିଏମ୍‌ଜିରେ ଧାରଣାାରେ ବସିଛନ୍ତି। ନିଖିଳ ଭାରତ କୃଷି ଛାତ୍ର ସଂଘର ସଭାପତି ଅନୀଲ ମିଶ୍ରଙ୍କ ନେତୃତ୍ୱରେ ରଶ୍ମିରଞ୍ଜନ ମହାପାତ୍ର, ସୁଜିତ ବେହେରା, ରାକେଶ ଶତପଥୀ, ପ୍ରଦ୍ୟୁତ ନାୟକ, ମାନସ ସାହୁ, ଦୁର୍ଗେସ ପଟ୍ଟନାୟକ, ମୃତ୍ୟୁଞ୍ଜୟ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ସାମିଲ ହୋଇଛନ୍ତି।

ଅଭିଯୋଗ ମୁତାବକ ଅଣ୍ଡର ଗ୍ରାଜୁଲଏଟ୍‌(ୟୁଜି) ପରେ ଛାତ୍ରଛାତ୍ରୀମାନଙ୍କୁ ଚାକିରିର ସୁଯୋଗ ଦିଆଯାଇଥାଏ। କିନ୍ତୁ ୨୦୧୫ ପରଠାରୁ ନିଯୁକ୍ତି ହେଉନାହିଁ। ଚାକିରି ନ ପାଇ କେହି କେହି ପିଜି କରୁଥିବା ବେଳେ କେହି କେହି ପିଏଚ୍‌ଡି କରିବାକୁ ବାଧ୍ୟ ହେଉଛନ୍ତି। ଏଣେ ଏହି ସବୁ ବିଭାଗରେ ୯ଶହରୁ ଊର୍ଧ୍ୱ ପଦବି ଖାଲି ପଡ଼ିଛି। ଅନେକ ଥର ସରକାରଙ୍କୁ ବିଭିନ୍ନ ଫୋରମ୍‌ରେ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ସରକାର ନିଦା ବିଷ୍ଣୁ ସାଜିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର