ଫୁଲବାଣୀ : ଆର୍ନ୍ତରାଷ୍ଟ୍ରୀୟ ଫସଲ ଅର୍ଦ୍ଧଶୁଷ୍କ ଉଷ୍ଣକଟି-ଅନୁସନ୍ଧାନ ସଂସ୍ଥା ହାଇଦରାବାଦ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା କୃଷି ବିଭାଗ ଓ ସ୍ବେଛାସେବୀ ନିର୍ମାଣ ସହଯୋଗରେ ଫୁଲବାଣୀଠାରେ ୨ ଦିନିଆ ଜିଲ୍ଲାସ୍ତରୀୟ ଭୁଚେତନା ଦକ୍ଷତା ବିକାଶ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଭୟ କୁମାର ସେଠୀ ତାଲିମ କର୍ମଶାଳାକୁ ଉଦଘାଟନ କରିଥିଲେ। ଡକ୍ଟର କପିଲ ରାଜେ ଭୁଚେତନା ସମ୍ପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଆଧୁନିକ କୃଷି କୌଶଳ ଯୋଜନା ଓ ତାର ସଦୁପଯୋଗ ସମ୍ପର୍କରେ ସେ କହିବା ସହ ଏଥିରୁ ଚାଷୀଙ୍କୁ ଅଧିକ ଫାଇଦା ମିଳିବ ବୋଲି କହିଥିଲେ। ତେଣୁ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ବେଶୀ ଅବଗତ ହେବା ଦରକାର ବୋଲି ସେ କହିଥିଲେ। ରସାୟନବିତ ବିରଞ୍ଚିନାରାୟଣ ମଙ୍ଗରାଜ ଓ ସହକାରୀ କୃଷି ଅଧିକାରୀ ଅଭିଷେକ ଦାସ ପ୍ରଶିକ୍ଷକ ଭାବେ ଯୋଗ ଦେଇ ଥିଲେ। ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ ଦାସ ଓ ନିର୍ମାଣ ସଂସ୍ଥାର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ସୁରେଶଚନ୍ଦ୍ର ବିଶୋଇ ଏବଂ ବରିଷ୍ଠ କୃଷି ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମ ଉପସ୍ଥିତ ଥିଲେ। ଏହି ଦକ୍ଷତା ତାଲିମ କର୍ମଶାଳାରେ ଜିଲ୍ଲାର ସମସ୍ତ କୃଷି ଅଧିକାରୀ,ବିଭାଗୀୟ ଅଧିକାରୀ ଓ କୃଷି ଅଧିଦର୍ଶକ ଯୋଗ ଦେଇଥିଲେ।
ଫୁଲବାଣୀରେ ଜିଲ୍ଲାସ୍ତରୀୟ ଦକ୍ଷତା ବିକାଶ ତାଲିମ କର୍ମଶାଳା : କୃଷି କୌଶଳ ଯୋଜନାରୁ ଚାଷୀଙ୍କୁ ମିଳିବ ଅଧିକ ଫାଇଦା
/sambad/media/post_attachments/wp-content/uploads/2019/11/plbnov9-agriculture-workshop-ତ.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)