ଭୁବନେଶ୍ୱର-ବ୍ୟାଙ୍ଗ୍‌କକ୍‌ ବିମାନ ଚଳାଚଳ ଆରମ୍ଭ

ଭୁବନେଶ୍ୱର: ରବିବାର, ଡିସେମ୍ବର ୧୦, ୨୦୧୭ ଠାରୁ ଭୁବନେଶ୍ୱର ଏବଂ ଥାଇଲାଣ୍ଡ୍‌ର ରାଜଧାନୀ ବ୍ୟାଙ୍ଗ୍‌କକ୍‌ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏୟାର ଇଣ୍ଡିଆର ଏକ ବିମାନ ଆଜି ସିଧା ସଳଖ ବ୍ୟାଙ୍ଗ୍‌କକ୍‌ରୁ ଆସି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛି।

ଏୟାର ଇଣ୍ଡିଆର ଦୁଇଟି ବିମାନ ସପ୍ତାହକୁ ଦୁଇ ଥର ଭୁବନେଶ୍ୱର ଏବଂ ବ୍ୟାଙ୍ଗ୍‌କକ୍‌ ମଧ୍ୟରେ ଚଳାଚଳ କରିବ। ଫ୍ଲାଇଟ୍‌ ନମ୍ବର A1339 ସକାଳ ୫. ୪୦ରେ ବ୍ୟାଙ୍ଗ୍‌କକ୍‌ରୁ ବାହାରି ସକାଳ ୭ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବ। ଫ୍ଲାଇଟ୍‌ ନମ୍ବର A1338 ଅପରାହ୍ନ ୩ଟା ୪୫ରେ ଭୁବନେଶ୍ୱରରୁ ବାହାରି ରାତି ୮ଟା ୧୫ରେ ବ୍ୟାଙ୍ଗକକ୍‌ରେ ପହଞ୍ଚିବ।

ସମ୍ବନ୍ଧିତ ଖବର