ନୂଆପଡ଼ା ଜିଲ୍ଲାରେ ବଢ଼ିଚାଲିଛି ଏଚଆଇଭି ରୋଗୀଙ୍କ ସଂଖ୍ୟା, ବର୍ଷକରେ ୪୦ଜଣଙ୍କ ମଧ୍ୟରୁ ୧୨ ମୃତ

ନୂଆପଡ଼ା: ସରକାର ଏଚଆଇଭି ସଂକ୍ରମିତ ଲୋକଙ୍କ ସଂଖ୍ୟା କମ୍ କରିବା ପାଇଁ ସଚେତନତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏଚଆଇଭି ରୋଗୀଙ୍କ ସଂଖ୍ୟ ବଢ଼ିବାରେ ଲାଗିଛି। ନୂଆପଡ଼ା ଜିଲ୍ଲାରେ ଏଚଆଇଭି ରୋଗୀମାନଙ୍କ ସଂଖ୍ୟା ବଢ଼ିଚାଲୁଥିବା ବେଳେ ଜିଲ୍ଲାରେ ୨୦୧୮-୧୯ ବର୍ଷରେ ୪୪ ଜଣ ଏଚଆଇଭି ସଂକ୍ରମିତଙ୍କ ମଧ୍ୟରୁ ୧୨ ଜଣ ଏଚଆଇଭି ରୋଗୀଙ୍କ ମୃତ୍ୟୃ ହୋଇଥିବା ବିଭାଗ ସୂତ୍ରରୁ ଜଣାପଡିଛି। ନୂଆପଡ଼ା ଜିଲ୍ଲାରେ ସଚେତନତା ଅଭାବରୁ ଦିନକୁ ଦିନ ଏଚଆଇଭି ରୋଗୀଙ୍କ ସଂଖ୍ୟ ହୁହୁ ହୋଇ ବଢ଼ିଚାଲିଛି।

ଅନ୍ୟପକ୍ଷେ ନୂଆପଡ଼ା ଜିଲ୍ଲାରେ ୨୦୦୩ରୁ ଆଜିପର୍ଯ୍ୟନ୍ତ ୬୨୨ ଜଣ ଏଚଆଇଭି ରୋଗୀଥିବା ବେଳେ ୧୧୪ ଜଣଙ୍କ ମୃତ୍ୟୃ ହୋଇଛି। ସେଥିମଧ୍ୟରୁ ୩୫୯ ଜଣ ଜିଲ୍ଲାରେ ଏଚଆଇଭି ସଂକ୍ରମିତ ହୋଇ ଔଷଧ ବ୍ୟବହାର କରୁଥିବା ବେଳେ ୧୫୩ ଜଣ ଏଚଆଇଭି ରୋଗୀ ମଧୁବାବୁ ପେନସନ ପାଇବା ସହ ୪୬୯ ରୋଗୀ ସରକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ରହିଛନ୍ତି। ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାରେ୨୦୦୩ ମସିହାରୁ ଏଚଆଇଭି ରୋଗୀ ଚିହ୍ନଟ କରାଯାଇଥିଲା। ନୂଆପଡ଼ା ଏଚଆଇଭି ବିଭାଗଠାରୁ ମିଳିଥିବା ୬ବର୍ଷର ରିପୋର୍ଟ ଅନୁଯାୟୀ ନୂଆପଡ଼ା ଜିଲ୍ଲାରେ ୨୦୧୩-୧୪ ମସିହାରେ ୭ହଜାର ୨୭୧ ଜଣଙ୍କୁ ଏଚଆଇଭି ରକ୍ତ ପରୀକ୍ଷା କରିଥିବା ବେଲେ ୬୪ ଜଣଙ୍କଠାରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ୫୯ ଜଣ ଔଷଧ ବ୍ୟବହାର କରିବା ସହ ୬ଜଣଙ୍କ ମୃତ୍ୟୃ ହୋଇଥିଲା। ୨୦୧୪-୧୫ ରେ ୯ହଜାର ୫୪୧ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରିଥିବା ବେଲେ ୫୬ ଜଣଙ୍କୁ ଏଚଆଇଭି ଭୂତାଣୁ ମିଲିଥିଲା ୫୧ ଜଣ ଔଷଧ ନେଇଥିବା ବେଲେ ୮ ଜଣଙ୍କ ମୃତ ହୋଇଛି। ୨୦୧୫-୧୬ ବର୍ଷରେ ୧୧ ହଜାର ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ବେଲେ ସେଥିରୁ ୫୩ଜଣଙ୍କ ଏଚଆଇଭି ରହିଥିଲା। ୪୮ ଜଣ ନିୟମିତ ଔଷଧ ନେଇଥିବା ବେଳେ ୫ ଜଣଙ୍କ ମୃତ ହୋଇଥିଲା।

Image result for nuapada
Nuapada.nic.in

୨୦୧୬-୧୭ ବର୍ଷରେ ୧୪ ହଜାର ୩୮୬ ଜଣଙ୍କ ରକ୍ତ ସଂଗ୍ରହ କରି ଯାଇଥିଲା। ସେମାନଙ୍କ ଭିତରୁ ୬୦ ଜଣଙ୍କ ଦେହରେ ଭୁତାଣୁ ଥିବା ସହ ୫୯ ଜଣ ଔଷଧ ନେଉଥିବା ବେଳେ ୭ ଜଣଙ୍କ ମୃତ ହୋଇଥିଲା। ୨୦୧୭-୧୮ ବର୍ଷରେ ୨୩ ହଜାର ୯୪୯ ଜଣଙ୍କ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୧୫ ଜଣଙ୍କ ଦେହରେ ଭୂତାଣୁ ଥିବା ୧୫ ଜଣ ଔଷଧ ନେଉଥିବା ସହ ୪ ଜଣଙ୍କ ମୃତ୍ୟୃ ହୋଇଛି। ୨୦୧୮-୧୯ ଚଳିତ ବର୍ଷ ଜିଲ୍ଲାରେ ୧୪ ହଜାର ୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ୪୦ ଜଣଙ୍କ ଦେହରେ ଏଚଆଇଭି ଭୂତାଣୁ ରହିଥିଲା। ସେମାନଙ୍କ ଭିତରୁ ୧୨ ଜଣଙ୍କର ମୃତ୍ୟୃ ହୋଇଛି।

ଜିଲ୍ଲାରେ ସଚେତନତା ଅଭାବରୁ ଏଚଆଇଭି ରୋଗୀଙ୍କ ସଂଖ୍ୟ ବଢ଼ିଚାଲିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟ୍ୟାନ ନଦେଲେ ଆଗକୁ ଏହି ରୋଗୀଙ୍କ ସଂଖ୍ୟା ଜିଲ୍ଲାରେ ବହୁ ପରିମାଣରେ ବଢ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି। ବିଭାଗୀୟ କହିବା ଅନୁଯାୟୀ ଦାଦନ ଶ୍ରମିକମାନେ ରାଜ୍ୟ ବାହାରକୁ ଯାଇ ସେଠାରୁ ଏହି ରୋଗ ନେଇ ଆସୁଛନ୍ତି। ସେଥିପାଇଁ ଏଚଆଇଭି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର