ଏୟାରଟେଲ୍‌ ପକ୍ଷରୁ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ୯୦% ନେଟ୍‌ଓ୍ଵର୍କର ପୁନରୁଦ୍ଧାର

0

ଭୁବନେଶ୍ୱର : ଭାରତୀ ଏୟାରଟେଲ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ, ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ କରି ଏହା ୯୦% ନେଟ୍‌ଓ୍ଵର୍କର ପୁନରୁଦ୍ଧାର କରିପାରିଛି। ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଓ କଟକରେ ଏୟାରଟେଲ୍‌ ନେଟଓ୍ଵର୍କରେ ଗ୍ରାହକମାନେ ପ୍ରାୟ ସ୍ପଷ୍ଟ ଭଏସ୍‌ ଏବଂ ଡାଟା ସଂଯାଗ ହାସଲ କରିପାରୁଛନ୍ତି। ଏହି ଉଦ୍ୟମ ଦ୍ୱାରା ଉଭୟ ଏୟାରଟେଲ୍‌ ଓ ପାଖାପାଖି ୬ ଲକ୍ଷ ଅଣ ଏୟାରଟେଲ୍‌ ଗ୍ରାହକ (ଆଇସିଆର) ଜରିଆରେ ଲାଭବାନ ହୋଇଛନ୍ତି।

ଆଜିର ଦୁନିଆରେ ମୋବାଇଲ ଏକ ଜରୁରୀ ଆବଶ୍ୟକତା। ଏହାକୁ ଦୃଷ୍ଟିରେ ରଖି ଏୟାରଟେଲ ପକ୍ଷରୁ ସେଲ୍‌ ଅନ୍‌ ହ୍ଵିଲ୍‌ (ସିଓଡବ୍ଲ୍ୟୁ) ଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ୱାରା ନେଟଓ୍ଵର୍କ ବଢ଼ିଥିବା ବେଳେ ଶୀଘ୍ର ତାହା କାମ କରୁଛି। କେବଳ ପୁରୀରେ ଏୟାରଟେଲ୍‌ ପକ୍ଷରୁ ୧୩ଟି ସିଓଡବ୍ଲ୍ୟୁ ମୁତୟନ କରାଯାଇଛି। ପ୍ରଥମ ସିଓଡବ୍ଲ୍ୟୁକୁ କମ୍ପାନି ତରଫରୁ ମେ’ ୯ ତାରିଖରେ ଜଗନ୍ନାଥ ମନ୍ଦିର ନିକଟସ୍ଥ ବଡ଼ଦାଣ୍ଡରେ ମୁତୟନ କରାଯାଇଥିଲା।

ନେଟଓ୍ଵର୍କ ପୁନରୁଦ୍ଧାର କାର୍ଯ୍ୟ ଉପରେ ମତ ରଖି ସିଦ୍ଧାର୍ଥ ମୋତିଓ୍ଵାଲେ, ମୁଖ୍ୟ ଅପରେଟିଂ ଅଧିକାରୀ, ଓଡ଼ିଶା, ଭାରତୀୟ ଏୟାରଟେଲ୍‌ ଲିମିଟେଡ୍‌ କହିଛନ୍ତି ଯେ, ‘ମୋବାଇଲ ଗ୍ରାହକ ଦୃଷ୍ଟିରୁ ୨୦୧୯ ଜାନୁଆରୀ ୩୧ ସୁଦ୍ଧା ଶେଷ ହୋଇଥିବା ମାସରେ ଓଡ଼ିଶା ଟେଲିକମ୍‌ ସର୍କଲ୍‌ର ସର୍ବବୃହତ ଅପରେଟର ଭାବେ ଆମର ପ୍ରାଥମିକତା ହେଉଛି ଶୀଘ୍ର ନେଟଓ୍ଵର୍କକୁ କାର୍ଯ୍ୟକ୍ଷମ କରିବ, ବିଶେଷ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ। ଆମର ନେଟଓ୍ଵର୍କ ଟିମ୍‌ ଓ ପାର୍ଟନର ସରକାରଙ୍କ ସହଯୋଗରେ ନିରବଚ୍ଛିନ୍ନ ଭାବେ କାମ କରି କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନରୁଦ୍ଧାର କରୁଛନ୍ତି। ଏହି ବିଶାଳ କାର୍ଯ୍ୟରେ ସରକାରୀ ଏଜେନ୍ସିଗୁଡିକର ସହଯୋଗ ପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ।’

ଏୟାରଟେଲ୍‌ ପକ୍ଷରୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ମାଗଣା ଏସ୍‌ଏମ୍‌ଏସ୍‌ ସେବା ପ୍ରଦାନ କରାଯାଉଛି ଏବଂ ବିଭିନ୍ନ ପ୍ରମୁଖ ସ୍ଥାନରେ ଶିବିର ଆୟୋଜନ କରାଯାଇଛି ଯେଉଁଠାରେ ଗ୍ରାହକମାନେ ସେମାନଙ୍କ ମୋବାଇଲ୍‌ ରିଚାର୍ଜ କରି ଏୟାରଟେଲ୍‌ ନେଟଓ୍ଵର୍କ ହାସଲ କରିପାରୁଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.