କ୍ଷେପଣାସ୍ତ୍ର ‘ଆକାଶ’ର ସଫଳ ପରୀକ୍ଷଣ

ବାଲେଶ୍ୱର: ଭୁପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା କ୍ଷେପଣାସ୍ତ୍ର ‘ଆକାଶ’ର ସଫଳ ପରୀକ୍ଷଣ କରାଯାଇଛି। ଆଜି ଦିନ ୧ଟା ୩୮ ମିନିଟ୍‌ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଲଞ୍ଚ କମ୍ପ୍ଲେକ୍ସ-୩ରେ ଏହାର ପରୀକ୍ଷଣ କରାଯାଇଥିଲା। ଏହା ଚାଳକ ବିହିନ ଏଆର କ୍ରାଫ୍ଟ ‘ବଂଶୀ’କୁ ଲକ୍ଷ୍ୟଭେଦ କରିଥିଲା। ରାଡାର ଟେଲିମେଟ୍ରି ଓ ଇଲେକ୍ଟ୍ରୋ ଅପଟିକାଲ ସିଷ୍ଟମ ଏହାର ଗତିବିଧି ଲକ୍ଷ୍ୟ କରିବା ପାଇଁ କ୍ଷେପଣାସ୍ତ୍ର ଘାଟି ସମେତ ବିଭିନ୍ନ ସ୍ଥାନରେ ଖଞ୍ଜା ଯାଇଥିଲା। ଏହା ୨୫କିମି ଦୂରତାରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିବା ସହ ୫୫କେଜିର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ସୁପରସୋନିକ୍‌ କ୍ଷେପଣାସ୍ତ୍ର ହୋଇଥିବା ବେଳେ ଭାରତୀୟ ସେନାରେ ସାମିଲ କରାଯାଇଛି। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ପ୍ରଥମ କ୍ଷେପଣାସ୍ତ୍ର ଭାବେ ଏହାକୁ ଗଣାଯାଇଛି। ଶବ୍ଦର ଗତିଠାରୁ ଦ୍ରୁତ ଗତିରେ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି। ଏହାକୁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ସମ୍ବନ୍ଧିତ ଖବର