ଅନୁଗୁଳ: ରାଜ୍ୟସ୍ତରୀୟ କୃଷକ ଦିବସରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ:  ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଆଜି ଅନୁଗୁଳ ଜିଲ୍ଲା  କିଶୋରନଗର ବ୍ଲକ୍‌ ଅନ୍ତର୍ଗତ ନାକଚିଠାରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ରାଜ୍ୟସ୍ତରୀୟ କୃଷକ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାେବେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଥିଲେ। ପରେ  ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ସେଠାରେ  ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନାବରଣ କରିଥିଲେ। ଏତଦ୍‌ବ୍ୟତୀତ ମୁଖ୍ୟମନ୍ତ୍ରୀ ଆଜି ଅନୁଗୁଳ ଜିଲ୍ଲାଗସ୍ତରେ ଯାଇଥିବା ବେଳେ ଅନୁଗୁଳ ଜିଲ୍ଲାର ୧୦ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଥିଲେ।

ରାଜ୍ୟସ୍ତରୀୟ କୃଷକ ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ କୃଷିମନ୍ତ୍ରୀ   ପ୍ରଦୀପ ମହାରଥୀ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ସଞ୍ଜିବ ସାହୁ,  ବିଧାୟକ   ବ୍ରଜକିଶୋର ପ୍ରଧାନ ,ସଂସଦ ତଥାଗତ ଶତପଥୀ, ବିଧାୟକ ରଜନୀକାନ୍ତ ସିଂହ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର