ମାଉସ୍‌ କ୍ଲିକ୍‌ରେ ମଦ ଦୋକାନର ସୂଚନା : କମ୍ପ୍ୟୁଟରୀକରଣ ହେବ ୩୧ ଅବକାରୀ ଜିଲ୍ଲା

୪,୩୦୬ ଦୋକାନର ତଥ୍ୟ ମାଗିଲେ କମିସନର, ଏଣିକି ଅନ୍‌ଲାଇନ୍‌ରେ ଲାଇସେନ୍ସ ଫି

କଟକ : ରାଜ୍ୟର ମୋଟ ୩୧ ଅବକାରୀ ଜିଲ୍ଲାକୁ କମ୍ପ୍ୟୁଟରୀକରଣ କରାଯିବ। ଲାଇସେନ୍ସପ୍ରାପ୍ତ ମୋଟ ୪ ହଜାର ୩୦୬ ଅବକାରୀ ଦୋକାନକୁ ଅନ୍‌ଲାଇନ୍‌ରେ ଯୋଡ଼ାଯିବ। ଦୋକାନର ସମସ୍ତ ତଥ୍ୟ ଅବକାରୀ ବିଭାଗ େଵବ୍‌ସାଇଟ୍‌ରେ ଉପଲବ୍ଧ ହେବ। ଅବକାରୀ ଦୋକାନର ମାଲିକ ଏଣିକି ଘରେ ବସି ଲାଇସେନ୍ସ ଫି’ ଅନ୍‌ଲାଇନ୍‌ରେ ଦାଖଲ କରିବେ। ଅଯଥାରେ ଅବକାରୀ କାର୍ଯ୍ୟାଳୟରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ଜୁଲାଇ ଶେଷ ସୁଦ୍ଧା ଅନ୍‌ଲାଇନ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ଅବକାରୀ କମିସନଙ୍କ କାର୍ଯ୍ୟାଳୟ ଟାର୍ଗେଟ ରଖିଥିବା ସୂଚନା ମିଳିଛି।

ଏବେ ରାଜ୍ୟରେ ଥିବା ୧୨୧ଟି ଭାଙ୍ଗ ଦୋକାନ, ୯୫ଟି ଠିପି ଖୋଲା ବିଅର ପାର୍ଲର‌୍‌, ୧୮ଟି ଠିପି ଖୋଲା କ୍ଲବ, ୨୪୨ଟି କଣ୍ଟ୍ରି ସ୍ପିରିଟ୍‌(ଆସ୍କା ଫର୍ଟି), ୩୬ଟି ମିଲଟାରି କ୍ୟାଣ୍ଟିନ୍‌, ୧୧୫୯ଟି ଠିପି ବନ୍ଦ, ୫୩୨ ଠିପି ଖୋଲା, ୫୫୧ଟି ମହୁଲି ଭାଟି, ୧୪୫୯ଟି ମହୁଲି ଭାଟି ଶାଖା, ୮ଟି ହାଣ୍ତିଆ ଏବ˚ ୮୫ଟି ତାଡ଼ି ଦୋକାନକୁ ମିଶାଇ ରାଜ୍ୟ ମୋଟ ୪ ହଜାର ୩୦୬ ଅବକାରୀ ଦୋକାନକୁ ସରକାର ଲାଇସେନ୍ସ ପ୍ରଦାନ କରିଛନ୍ତି। କେବଳ ମଦ ଦୋକାନ ସ˚ଖ୍ୟ ରହିଛି ୨୦୮୨। କେଉଁ ଅବକାରୀ ଥାନା ଅଧୀନରେ କେଉଁ ଅବକାରୀ ଦୋକାନ ରହିଛି, ଏମ୍‌ଜିକ୍ୟୁ(ମିନିମମ୍‌ ଗ୍ୟାରେଣ୍ଟି କୋଟା) କେତେ ରହିଛି, ବାର୍ଷିକ ଲାଇସେନ୍ସ ଫି’ କେତେ ଟଙ୍କା, ଦୋକାନର ଠିକଣା, ଦୋକାନକୁ ଯିବାର ରାସ୍ତା, ବାଉଣ୍ତରି ଇତ୍ୟାଦି ସମ୍ପର୍କିତ ପୂର୍ଣ୍ଣ ତଥ୍ୟ ସ˚ଗ୍ରହ କରିବାକୁ ଅବକାରୀ କମିସନର ୩୧ ଅବକାରୀ ଜିଲ୍ଲାର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ପ୍ରତ୍ୟେକ ଜିଲ୍ଲା ନିଜ ଅଞ୍ଚଳର ଅବକାରୀ ଥାନାକୁ ତଥ୍ୟ ସ˚ଗ୍ରହ କରି ପଠାଇବା ପାଇଁ କହିଛନ୍ତି। ଜୁଲାଇ ଶେଷ ସୁଦ୍ଧା କମିସନଙ୍କ କାର୍ଯ୍ୟାଳୟରେ ତଥ୍ୟ ପହଞ୍ଚିବାକୁ ଧାର୍ଯ୍ୟ ରଖାଯାଇଛି। ସମସ୍ତ ତଥ୍ୟର କମ୍ପ୍ୟୁଟରୀକରଣ କରାଯିବ। ରାଜ୍ୟ ସରକାରଙ୍କ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌ ସେଣ୍ଟର ଏଥିରେ ସହଯୋଗ କରୁଛି। ଆସନ୍ତା ମାସଠାରୁ ରାଜ୍ୟ ୪ ହଜାର ୩୦୬ ଅବକାରୀ ଦୋକାନ ସ˚କ୍ରାନ୍ତ ସମସ୍ତ ତଥ୍ୟ ଅବକାରୀ େଵବ୍‌ସାଇଟ୍‌ https://excise.odisha.gov.in/ ରେ ଉପଲବ୍ଧ ହେବ। ଫଳରେ ଗୋଟିଏ ସେକେଣ୍ତରେ ରାଜ୍ୟ ଯେ କୌଣସି ମଦ, ଗଞ୍ଜେଇ କିମ୍ବା ଅନ୍ୟ ଅବକାରୀ ଦୋକାନ ସମ୍ପର୍କରେ ପୂର୍ଣ୍ଣ ତଥ୍ୟ ମିଳିପାରିବ। ଅନ୍ୟପଟେ ବାର୍ଷିକ ଅବକାରୀ ଲାଇସେନ୍ସ ଦାଖଲ କରିବାକୁ ମାଲିକମାନଙ୍କୁ ଅଫ୍‌ଲାଇନ୍‌ରେ ଅବକାରୀ କାର୍ଯ୍ୟାଳୟରେ ଫି’ ଦାଖଲ କରିବାକୁ ପଡ଼ୁଥିଲା। ଏଥିପାଇଁ ଟ୍ରେଜେରି ଚାଲାଣ ସହିତ ମାଲିକମାନେ ଲମ୍ବା ଧାଡ଼ି ଲଗାଇବା ଏବ˚ ଦଲାଲଙ୍କ ଜାଲରେ ପଡ଼ୁଥିବା ଘଟଣା ବିଭିନ୍ନ ସମୟରେ ବୈଠକରେ ଅଭିଯୋଗ ଉଠୁଥିଲା। ଫଳରେ ବିଭାଗ ଏଭଳି ଅନ୍‌ଲାଇନ୍‌ ଲାଇସେନ୍‌ ଫି’ ଦାଖଲ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ନେଟ୍‌ ବ୍ୟାଙ୍କିଙ୍ଗ, ଡେବିଟ୍‌ କାର୍ଡ କିମ୍ବା କ୍ରେଡିଟ୍‌ କାର୍ଡ ଜରିଆରେ ଫି’ ଦାଖଲ କରାଯାଇ ପାରିବ। ଏଥିପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର