ଭୁବନେଶ୍ୱର: ନୂଆ ମୋଟରଯାନ ନିୟମ ଲାଗୁ ହେବା ପରେ ଟ୍ରାଫିକ୍ ନିୟମରେ ଅନେକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ତେବେ ସୋମବାର ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ବସ୍ ଆଉ ଫ୍ଲାଏ ଓଭର ତଳେ ଯାଇ ପାରିବ ନାହିଁ ବୋଲି କମିସନରେଟ ପୁଲିସ ଏକ ବିଜ୍ଞପ୍ତି ଜାରି କରି କହିଛି।
/sambad/media/post_attachments/wp-content/uploads/2019/09/208s-300x199.jpg)
କମିସନରେଟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି କି, ବରମୁଣ୍ଡାରୁ କଟକ ଯାଉଥିବା ସମସ୍ତ ବସ୍ ଫ୍ଲାଏ ଓଭର ଦେଇଯିବ ଏବଂ କ୍ରାଉନ୍ ହୋଟେଲ ଓ ସତସଙ୍ଗ ବିହାର ଛକରେ ଯାଇ ରହିବ। ଏମିତି କି ଆଚାର୍ଯ୍ୟବିହାର ଓ ବାଣୀବିହାର ଛକରେ କୌଣସି ଭୁବନେଶ୍ବର-କଟକ ବସ୍ ରହି ପାରିବ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଏହି ନିୟମ ନ ମାନିଲେ ବସ୍ ଚାଳକଙ୍କୁ ମୋଟାଅଙ୍କର ଜରିମାନା ଦେବାକୁ ପଡ଼ିଛି। ଜରିମାନା ପରିମାଣ ୧୦୦୦ଟଙ୍କା ରଖାଯାଇଛି। ତେବେ ଏହି ନିୟମ ଦ୍ୱାରା କିଛି ଯାତ୍ରୀଙ୍କୁ ସୁବିଧା ହୋଇଥିବା ବେଳେ କିଛି ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/CB15-GANDHIPURAMFLYOVER.jpg)