କଟକ: ଆଜି ଓଡ଼ିଶା ହାଇକୋର୍ଟଙ୍କର ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟର ଓକିଲ ସଂଘଗୁଡ଼ିକର ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟ ୧୩ ବିଚାରପତି ଏହି ମାମଲାର ଶୁଣାଣି କରିବା ସମୟରେ ବିଭିନ୍ନ ଓକିଲ ସଂଘର ସଦସ୍ୟ ଜଣାଇଥିଲେ କି ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ କାହିଁକି ଆସିଛି, ତାହା ଅବଗତ କରାଯାଇ ନାହିଁ। କେବଳ ନୋଟିସ୍ ଜାରି କରାଯାଇଛି। ଏହାର କାରଣ ସମ୍ପର୍କରେ ଅବଗତ ହେବା ପରେ ସେମାନେ ହାଇକୋର୍ଟଙ୍କ ନୋଟିସର ଜବାବ ରଖି ପାରିବେ।
ଓକିଲ ସଂଘର ପକ୍ଷ ଶୁଣିବା ପରେ ଖଣ୍ଡପୀଠ ବିଭିନ୍ନ ଜିଲ୍ଲା ଜଜ ଓ ରେଜିଷ୍ଟାରଙ୍କ ରିପୋର୍ଟ ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିସହ ଆସନ୍ତା ନଭେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସ୍ଥିର କରିଥିଲେ। ଏହି ସମୟ ମଧ୍ୟରେ ଓକିଲ ସଂଘର ସଭାପତି ଓ ସମ୍ପାଦକ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।
/sambad/media/post_attachments/wp-content/uploads/2019/10/11oriHCBAR_194024-300x225.jpg)
ଅନ୍ୟପକ୍ଷରେ ଅପରାହ୍ନ ୨ଟା ସମୟରେ ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ବୈଠକ ବସିଥିଲା। ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟା ବିରୋଧରେ ଚାଲିଥିବା ଆନ୍ଦୋଳନ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ନିଷ୍ପତ୍ତି ହୋଇଥିଲା।
ଉଲ୍ଲେଖଯୋଗ୍ୟ କି, ଆଇନଜୀବୀମାନେ କଲେଜିୟମ ଜରିଆରେ ହେଉଥିବା ବିଚାରପତି ଚୟନ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ଏଥିଲାଗି କାମବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଏହି ଦାବି ନେଇ ବାର ଆସୋସିଏସନ୍ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/orissa-hc.jpg)