ମହାନଦୀ ପ୍ରସଙ୍ଗ: ବିଧାନସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ

ଭୁବନେଶ୍ୱର: ମହାନଦୀ ଜଳ ଉପରେ ଅଧିକାର ସାବ୍ୟସ୍ତ କରିବା ନେଇ ଓଡ଼ିଶା ଓ ଛତିଶଗଡ଼ ବିବାଦ ଦିନକୁ ଦିନ ଆହୁରି ଜଟିଳ ପରିସ୍ଥିତି ଦେଖାଯାଇଛି। ଏ ନେଇ ବୁଧବାର ବିଧାନସଭାରେ ସର୍ବସମ୍ମତି କ୍ରମେ ସଂକଳ୍ପ ପାରିତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ସଂକଳ୍ପ ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ପାଖରେ ଦାବି କରାଯିବ।

ପୂର୍ବରୁ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭିତିରି ବୁଝାମଣା ଅଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ। ସେ କହିଥିଲେ ଛତିଶଗଡ଼ ବ୍ୟାରେଜ କରିବା କଥା ରାଜ୍ୟ ସରକାର ୨୦୦୬ରୁ ଜାଣିଛନ୍ତି। କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ରୂପେ ଛତିଶଗଡ଼ ସରକାରକୁ ସାହାଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର