ଓଡ଼ିଶା ଆସିଲା ବାଜପେୟୀଙ୍କ ଅସ୍ଥି କଳସ, ଆସନ୍ତାକାଲି ମହୋଦଧିରେ ହେବ ବିସର୍ଜନ, ୨୪ରେ ସର୍ବଦଳୀୟ ସଭା

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ ବୁଧବାର ସନ୍ଧ୍ୟାରେ ଓଡ଼ିଶା ପହଞ୍ଚିଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀ ଅଶୋକା ରୋଡ଼ ଠାରେ ଅନୁଷ୍ଠିତ ଏକ ସମାରେହରେ ଏହି ଅସ୍ଥି କଳସ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ହସ୍ତାନ୍ତର କରିଛନ୍ତି। ଭାରତ ରତ୍ନ ବାଜପେୟୀଙ୍କ ଚିତାଭସ୍ମ ଗୁରୁବାର ମହୋଦଧୀରେ ବିସର୍ଜନ ହେବ। ଅଗଷ୍ଟ ୨୪ରେ ବାଜପେୟୀଙ୍କ ଉଦ୍ଦେଶ୍ୟରେ ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଏକ ସର୍ବଦଳୀୟ ସଭା ଅନୁଷ୍ଠିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିବା ସହିତ ବିରୋଧୀ ଦଳ ନେତା ଓ ଅନ୍ୟ ମନ୍ତ୍ରୀ, ବିଧାୟକ ଓ ସାଂସଦମାନଙ୍କୁ ନିମନ୍ତ୍ରଣ କରାଯାଉଛି ବୋଲି ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଦେଶର ପ୍ରାୟ ୧୦୦ ଟି ଜଣାଶୁଣା ନଦୀରେ ବିସର୍ଜନ କରାଯିବ। କେବଳ ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାରେ ପ୍ରବାହିତ ହେଉଥିବା ପ୍ରାୟ ୧୬୦ଟି ନଦୀରେ ଅଟଳଙ୍କ ଚିତାଭସ୍ମ ବିସର୍ଜନ ହେବାକୁ ଥିବା ବେଳେ ଓଡ଼ିଶାର ୭ଟି ମୁଖ୍ୟ ନଦୀରେ ବିସର୍ଜନ ହେବ। ଅଟଳଙ୍କ ଅସ୍ଥି କଳସ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଏକ ଶୋଭାଯାତ୍ରାରେ ଅଣାଯାଇଛି।

ସମ୍ବନ୍ଧିତ ଖବର