ଦେଶରେ ପ୍ରଥମ ! ବନ୍ଦ ହେଲା ସମ୍ବଲପୁର ରେଳ ଡିଭିଜନରେ ଥିବା ସବୁ ଜଗୁଆଳୀ ବିହୀନ ରେଳକ୍ରସିଂ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧିନସ୍ଥ ସମ୍ବଲପୁର ଡିଭିଜନ ସମଗ୍ର ଭାରତୀୟ ରେଳବାଇରେ ଏକ ସ୍ୱତନ୍ତ୍ର ସଫଳତା ହାସଲ କରିଛି । ଏହି ଡିଭିଜନ ଏବେ ସଂପୂର୍ଣ୍ଣଭାବେ ଜଗୁଆଳୀ ବିହୀନ ରେଳକ୍ରସିଂମୁକ୍ତ ହୋଇଯାଇଛି । ଏହି ଡିଭିଜନ ଅଧିନରେ ଆସୁଥିବା ଭବାନିପାଟଣା-ଲାଞ୍ଜିଗଡ଼ ରୋଡ ସେକ୍ସନ ରେ ଥିବା ୭ଟି ଜଗୁଆଳୀ ବିହୀନ ରେଳକ୍ରସିଂକୁ ବନ୍ଦ କରିଦିଆଯାଇଛି । ଏହା ବଦଳରେ ୬ଟି ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ସବେଓ୍ଵ (ଭୂତଳ ରାସ୍ତା)ନିର୍ମାଣ କରାଯିବା ଫଳରେ ଏହି ୭ଟି ଜଗୁଆଳୀ ବିହୀନ ରେଳକ୍ରସିଂକୁ ବନ୍ଦ କରିବା ସମ୍ଭବପର ହୋଇପାରିଛି । ଗତକାଲି ଏହି ୬ଟି ସବେଓ୍ଵର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିଲା ।
ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ୬ଟି ସ୍ୱଳ୍ପ ଉଚ୍ଚତାବିଶିଷ୍ଟ ସବେଓ୍ଵ ମାତ୍ର ସାଢେ ୪ ଘଣ୍ଟା ମଧ୍ୟରେ ସଂପୂର୍ଣ୍ଣ ହୋଇଛି । ଏତେ କମ ସମୟ ମଧ୍ୟରେ ଏହି କାର୍ଯ୍ୟ କରିବା ସାରା ଦେଶରେ ବିରଳ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର