ଭୁବନେଶ୍ୱର: ଭୁବନେଶ୍ୱର ଏକାମ୍ର ହାଟ ନିକଟରେ ଥିବା ଏକ କାର୍ଯ୍ୟାଳୟରେ ବିଜେପିର ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ବସିଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କିଛି ଦୁବୃର୍ତ୍ତ ମୁହଁରେ କଳାପଟି ବାନ୍ଧି ହରେକୃଷ୍ଣଙ୍କ ଉପରେ ଆକ୍ରମଣ କରିଥିଲେ। ହରେକୃଷ୍ଣଙ୍କ କହିବା ଅନୁସାରେ, ସୁଚିନ୍ତିତ ଭାବେ ତାଙ୍କୁ ଟାର୍ଗେଟ କରି ଆକ୍ରମଣ ହୋଇଛି। ଏହାପରେ ସେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସିଧା ସିଧା ଅଭିଯୋଗ କରିଛନ୍ତି। ଏହା ବିଜେପିରେ ଥିବା ଦଳୀୟ କନ୍ଦଳକୁ ପଦାରେ ପକାଇ ଦେଇଛି।
ଭୁବନେଶ୍ୱର ସାଂସଦଙ୍କ ଆଡକୁ ସ୍ପଷ୍ଟ ଭାବେ ଇଙ୍ଗିତ କରି ଅନେକ ପ୍ରଶ୍ନ ଉଠାଇଛନ୍ତି ଆକ୍ରମଣର ଶିକାର ହୋଇଥିବା ହରେକୃଷ୍ଣ ଖୁଂଟିଆ। ଗଣମାଧ୍ୟମ ସାମ୍ନାରେ ସଫା ସଫା ନାଁ ନେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀଙ୍କର। ସ୍ଥାନୀୟ ସାଂସଦ ଓ ଜିଲ୍ଲା ସଭାପତିଙ୍କ ମଧ୍ୟରେ ଏହି ବିବାଦ ବିଜେପି ଭିତରେ ଚାଲିଥିବା ଅଭ୍ୟନ୍ତରୀଣ କନ୍ଦଳକୁ ସାମ୍ନାକୁ ଆଣୁଛି।
#ବିଜେପିକୁ_ବିଜେପି_ଅଡୁଆ !
ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ ଘଟଣା । ହରେକୃଷ୍ଣ କହିଲେ, ଭୁବନେଶ୍ୱର ସାଂସଦଙ୍କ ଇଙ୍ଗିତରେ ହିଁ ମୋ ଉପରକୁ ଆକ୍ରମଣ ହୋଇଛି #Politics#Odisha@BJP4India#KanakNewspic.twitter.com/Pp0RHej1gU— Kanak News (@kanak_news) November 15, 2019
ପୂର୍ବରୁ ମଧ୍ୟ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକଳାପକୁ ନାପସନ୍ଦ କରିବା ସହ ଚିଠି ଲେଖି ବିରୋଧ କରିଥିଲେ ହରେକୃଷ୍ଣ ଖୁଂଟିଆ। ସଂଗଠନ ଦାୟିତ୍ୱରେ ଥିବା ଦଳୀୟ ସାଧାରଣ ସଂପାଦକ ମାନସ ମହାନ୍ତିଙ୍କୁ ଚିଠି ଲେଖି ଅନେକ ଅଭିଯୋଗ ଆଣିଥିଲେ।
ବିଜେପିର ନୀତି ଆଦର୍ଶକୁ ଅବମାନନା କରି ଅପରାଜିତା ଦଳକୁ ଅଡୁଆରେ ପକାଉଛନ୍ତି ବୋଲି ଅଭିଯୋଗ ଆଣି ଥିଲେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି। ଏପରିକି କିଛି ଅପରାଧିକ ତତ୍ୱଙ୍କୁ ସାଙ୍ଗ ଧରି ନିଜ ନାମରେ ‘ଟିମ୍ ଅପରାଜିତା’ ସଂଗଠନ ଗଢ଼ିଛନ୍ତି ବୋଲି ଅଭିଯୋଗ କରିଥିଲେ। ନିଜ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମାଧ୍ୟମରେ ସେହି ଟିମକୁ ପରିଚାଳନା କରିବାକୁ ଅପରାଜିତା ପ୍ରୟାସ ଚଳାଇଛନ୍ତି ବୋଲି ସଂଗୀନ ଅଭିଯୋଗ ଆଣିଥିଲା ଭୁବନେଶ୍ୱର ଜିଲ୍ଲା ବିଜେପି।
/sambad/media/post_attachments/wp-content/uploads/2019/11/BlueStacks_ScreenShot-13-300x225.jpg)
ଖାଲି ଏତିକି ନୁହେଁ, ସାଂଗଠନିକ ବ୍ୟବସ୍ଥା ଯଥା ଜିଲ୍ଲା ମଣ୍ଡଳିକୁ ପଦାଘାତ କରିବା ପାଇଁ ଷଡ଼ଯନ୍ତ୍ର କରିବା, ବିଭିନ୍ନ ବ୍ୟାନରରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ସ୍ଥାନ ନଦେଇ ଅପରାଜିତା ନିଜର ଅହଂକାର ପ୍ରଦର୍ଶନ କରୁଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଥିଲା। ଏହା ସହ କାର୍ଯ୍ୟକର୍ତ୍ତାଙ୍କୁ ନିଜର କିରାଣୀ ଭଳି ବ୍ୟବହାର କରୁଥିବା ନେଇ ଅପରାଜିତାଙ୍କ ନାଁରେ ସାଂଘାତିକ ଅଭିଯୋଗ ବି ଆସିଥିଲା।
ଆଉ ଆଜି ପୁଣି ଥରେ ଅପରାଜିତା ବନାମ ହରେକୃଷ୍ଣ ବିବାଦ ସାମ୍ନାକୁ ଆସିଛି। ଦଳ ଭିତରେ ସବୁ କିଛି ଠିକ ଚାଲିନଥିବାକୁ ଏହା ଦର୍ଶାଉଥିବା ବେଳେ ନେତୃତ୍ୱକୁ ନେଇ କନ୍ଦଳର ଏହା ଏକ ବଡ କାରଣ ହୋଇପାରେ। ଅର୍ଥାତ ବିଜେପିରେ କିଏ ଶକ୍ତିଶାଳୀ ଏବଂ କାହା କ୍ୟାମ୍ପର କଥା ଅନୁସାରେ ରାଜ୍ୟ ବିଜେପିରେ କାର୍ଯ୍ୟ ଚାଲୁଛି, ତାକୁ ଦର୍ଶାଇବାକୁ ଯାଇ ଏଭଳି ବିବାଦ ଘଟୁଥିବା ଅନୁମାନ କରାଯାଉଛି। ତେବେ ହରେକୃଷ୍ଣ ଖୁଂଟିଆଙ୍କ ଅଭିଯୋଗ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Aparajita_thumb-1.jpg)