ଏଲାୟନ୍ସ ଏୟାର ଝାରସୁଗୁଡ଼ା-କଲିକତା ବିମାନ ଆରମ୍ଭ

ସକାଳେ ରାୟପୁର  ଓ ଅପରାହ୍ନରେ ଭୁବନେଶ୍ବରରୁ ଝାରସୁଗୁଡ଼ା ଯାତ୍ରା ସୁବିଧା‌

ଝାରସୁଗୁଡା: ଏଲାୟନ୍ସ ଏୟାର ବିମାନ ଝାରସୁଗୁଡ଼ା ଠାରୁ କଲିକତା ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତା ୨୭ ରୁ ୩୦ ପର୍ଯ୍ୟନ୍ତ ଉଡ଼ାଣ ପାଇଁ ସମୟ ନିର୍ଘଣ୍ଟ ଆଜି ପ୍ରକାଶ ପାଇଛି। ଏହି ଚାରିଦିନ ଏଲାୟନ୍ସ ଏୟାର ବିମାନ ୯୧-୭୪୫ କଲିକତାରୁ ସକାଳ ୧୧ ଟା ୪୫ ରେ ଛାଡ଼ି ଝାରସୁଗୁଡ଼ାରେ ୧ ଘଣ୍ଟା ୧୫ ମିନିଟରେ ପହଞ୍ଚିବ। ସେହିପରି ଝାରସୁଗୁଡ଼ାରୁ  ପୁଣି ୧ ଟା ୪୫ ରେ ଛାଡ଼ି କଲିକତାରେ ୩ ଟା ୧୫ରେ ପହଞ୍ଚିବ। ଜାନୁ୍ୟାରୀ ୩୧ ରୁ ଏଲାୟନ୍ସ ଏୟାର ତାର ନୂଆଁ ସମୟ ସାରଣୀ ଆରମ୍ଭ କରିଛି। ଏଥିରେ ୯୧-୭୪୫ ବିମାନ କଲିକତାରୁ ସକାଳ ୫.୫୦ରେ ବାହାରି ଝାରସୁଗୁଡ଼ାରେ ୭.୨୦ରେ ପହଞ୍ଚିବ, ଝାରସୁଗୁଡ଼ାରୁ ପୁଣି ଏହି ବିମାନ(୯୧-୭୪୯) ୭.୪୫ ରେ ବାହାରି ରାୟପୁର ଅଭିମୁଖେ ଯାଇ ସେଠାରେ ୮.୫୦ରେ ପହଞ୍ଚିବ। ରାୟପୁରରୁ ପୁଣି ଏହି ବିମାନ(୯୧-୭୫୦) ୯.୧୫ରେ ଝାରସୁଗୁଡ଼ା ଅଭିମୁଖେ ଆସି ୧୦.୨୦ରେ ପହଞ୍ଚିବ। ଝାରସୁଗୁଡ଼ାରୁ ପୁଣି ଏହି ବିମାନ(୯୧-୭୪୭) ୧୦. ୪୫ରେ ଭୁବନେଶ୍ବର ଅଭିମୁଖେ ଯାଇ ୧୧.୫୦ରେ ପହଞ୍ଚିବ। ଭୁ‌ବନେଶ୍ବର ଠାରୁ ପୁଣି ଏହି ବିମାନ ୧୨.୧୫ରେ ବାରାଣାସି ଅଭିମୁଖେ ଯାଇ ଅପରାହ୍ନ ୨.୦୫ରେ ପହଞ୍ଚିବ। ବାରାଣାସିରୁ ଏହି ବିମାନ (୯୧-୭୪୮) ଅପରାହ୍ନ ୨.୩୦ ରେ ଭୁବନେଶ୍ବର ଅଭିମୁଖେ ବାହାରି ଅପରାହ୍ନ ୪.୨୦ରେ ପହଞ୍ଚିବ। ଭୁବନେଶ୍ବର ଏହି ବିମାନ(୯୧- ୭୪୮) ଅପରାହ୍ନ ୪.୪୫  ଝାରସୁଗୁଡ଼ା ଅଭିମୁଖେ ବାହାରି ସନ୍ଧ୍ୟା ୫.୫୦ରେ ପହଞ୍ଚିବ। ଝାରସୁଗୁଡ଼ାରୁ ଏହି ବିମାନ( ୯୧- ୭୪୬) ପୁଣି ସନ୍ଧ୍ୟା ୬.୧୫ରେ କଲିକତା ଅଭିମୁଖେ ଯାଇ କଲିକତାରେ ସନ୍ଧ୍ୟା‌ ୭.୪୫ରେ ପହଞ୍ଚିବ। ସକାଳେ ଝାରସୁଗୁଡ଼ାରୁ ରାୟପୁର ଯିବାପାଇଁ ବ୍ୟବସାୟୀ ମହଲରୁ ଦାବି ହେଉଥିବା ବେଳେ ଅପରାହ୍ନରେ ଭୁବନେଶ୍ବରୁ ଝାରସୁଗୁଡ଼ାକୁ ବିମାନ ସେବା ପାଇଁ ଦାବି ହେଉଥିବାରୁ ଏଲାୟନ୍ସ ଏୟାର ଏହି ନୂଆ ସମୟ ସାରଣି ବିମାନ ଯାତ୍ରୀଙ୍କୁ ବହୁ ସୁବିଧା ଦେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର