ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୩୪ ପଞ୍ଚାୟତ ପାଇଁ ୨୭ କୋଟି ୫୧ଲକ୍ଷ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ବ୍ଲକ ପାଇଁ ୨୭ କୋଟି ୫୧ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜୟପାଟଣା, ପୁରୀର ନିମାପଡା, କଟକର କଣ୍ଟାପଡା, ବଲାଙ୍ଗୀରର ଲୋଇସିଂହା, ଗଞ୍ଜାମର ସାନଖେମୁଣ୍ଡି ଓ ଗଜପତିର ରାୟଗ଼ଡ ବ୍ଲକ ରହିଛି। ଆଜି ସମୁଦାୟ ୧୩୪ଟି ପଞ୍ଚାୟତର ୧୩୦୩ଟି ପ୍ରକଳ୍ପକୁ ମୋହର ଲାଗିଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଜୟପାଟଣାର ୨୨ଟି ପଞ୍ଚାୟତ ପାଇଁ ୪.୨୦ କୋଟି ଟଙ୍କାର ୧୯୩ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାବ୍ୟତୀତ ନିମାପଡାର ୩୧ଟି ପଞ୍ଚାୟତ ପାଇଁ ୬ କୋଟି ୫୭ଲକ୍ଷ ଟଙ୍କାର ୪୫୫ଟି, କଣ୍ଟାପଡାର ୧୪ଟି ପଞ୍ଚାୟତ ଲାଗି ୩ କୋଟି ୭୧ଲକ୍ଷର ୧୭୮ଟି ପ୍ରକଳ୍ପରେ ମୁଖ୍ୟମନ୍ତ୍ରୀ ମୋହର ଲଗାଇଥିଲେ। ସେହିଭଳି ସାନଖେମୁଣ୍ଡି ବ୍ଲକର ୨୬ ପଞ୍ଚାୟତ ପାଇଁ ୬ କୋଟି ୫୦ଲକ୍ଷ ଟଙ୍କାରେ ୧୯୪ ପ୍ରକଳ୍ପ, ରାୟଗଡ ବ୍ଲକର ୨୧ ପଞ୍ଚାୟତ ପାଇଁ ୨.୫୨ କୋଟି ଟଙ୍କାରେ ୮୪ ପ୍ରକଳ୍ପକୁ ମଞ୍ଜୁର କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ଏଯାଏ ମୋଟ ୧୨୯ଟି ବ୍ଲକ ଲାଗି ୬୮୪ କୋଟି ୪୧ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର