ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୭୭ ପଞ୍ଚାୟତ ପାଇଁ ୧୬୪୪ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ବ୍ଲକ୍‌ର ୧୭୭ଟି ପଞ୍ଚାୟତ ପାଇଁ ୧୬୪୪ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ଛତ୍ରପୁର, କଟକ ଜିଲ୍ଲାର ଆଠଗଡ଼ ବ୍ଲକ୍‌, କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌, ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ୍‌, ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍‌ ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ବ୍ଲକ୍‌। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୭.୭୯ କୋଟି ଟଙ୍କା।

ଛତ୍ରପୁର ବ୍ଲକ୍‌ର ୧୮ଟି ପଞ୍ଚାୟତ ପାଇଁ ୪.୫୦ କୋଟି ଟଙ୍କାରେ ୧୧୦ଟି ପ୍ରକଳ୍ପ, ଆଠଗଡ଼ ବ୍ଲକ୍‌ର ୩୩ଟି ପଞ୍ଚାୟତ ପାଇଁ ୭.୫୦ କୋଟି ଟଙ୍କାରେ ୩୯୧ଟି ପ୍ରକଳ୍ପ, ଜୁନାଗଡ଼ ବ୍ଲକ୍‌ର ୩୪ଟି ପଞ୍ଚାୟତ ପାଇଁ ୫.୭୦ କୋଟି ଟଙ୍କାରେ ୩୫୬ଟି ପ୍ରକଳ୍ପ, ସିମୁଳିଆ ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୩.୫୧ କୋଟି ଟଙ୍କାରେ ୧୯୯ଟି ପ୍ରକଳ୍ପ, ଲେଫ୍ରିପଡ଼ା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ, ଆଠମଲ୍ଲିକ ବ୍ଲକ୍‌ର ୨୪ଟି ପଞ୍ଚାୟତ ପାଇଁ ୫.୩୫ କୋଟି ଟଙ୍କାରେ ୧୬୧ଟି ପ୍ରକଳ୍ପ ଓ ଛେଣ୍ଡିପଦା ବ୍ଲକ୍‌ର ୩୦ଟି ପଞ୍ଚାୟତ ପାଇଁ ୭.୪୮ କୋଟି ଟଙ୍କାରେ ୩୦୨ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର