ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୬୨ ପଞ୍ଚାୟତର ୧୩୭୬ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ବ୍ଲକ୍‌ର ୨୨୯ଟି ପଞ୍ଚାୟତ ପାଇଁ ୨୪୯୦ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା କଳାହାଣ୍ଡି ଜିଲ୍ଲାର ଧରମଗଡ଼, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ, କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ବୌଦ୍ଦ ଜିଲ୍ଲାର ବୌଦ୍ଦ, କଟକ ଜିଲ୍ଲାର ନିଆଳି, ଅନୁଗୁଳ ଜିଲ୍ଲାର ପାଲଲହଡ଼ା, ନବରଙ୍ଗପୁର ଜିଲ୍ଲାର ଉମରକୋଟ, ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ୍‌। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୫୪.୭୬ କୋଟି ଟଙ୍କା।

ଧରମଗଡ଼ ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୪.୧୪ କୋଟି ଟଙ୍କାରେ ୨୦୫ଟି ପ୍ରକଳ୍ପ, ଜଗନ୍ନାଥ ପ୍ରସାଦ ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୨୧୦ଟି ପ୍ରକଳ୍ପ, ଡେରାବିଶ ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୬.୫୩ କୋଟି ଟଙ୍କାରେ ୩୬୫ଟି ପ୍ରକଳ୍ପ, ବୌଦ୍ଦ ବ୍ଲକ୍‌ର ୨୨ଟି ପଞ୍ଚାୟତ ପାଇଁ ୬.୭୦ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ, ନିଆଳି ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୬.୧୬ କୋଟି ଟଙ୍କାରେ ୩୨୩ଟି ପ୍ରକଳ୍ପ, ପାଲଲହଡ଼ା ବ୍ଲକ୍‌ର ୨୭ଟି ପଞ୍ଚାୟତ ପାଇଁ ୬.୭୫ କୋଟି ଟଙ୍କାରେ ୨୬୫ଟି ପ୍ରକଳ୍ପ, ଉମରକୋଟ ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୬.୨୫ କୋଟି ଟଙ୍କାରେ ୨୧୨ଟି ପ୍ରକଳ୍ପ, ମୁରିବାହାଲ ବ୍ଲକ୍‌ର ୨୨ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୯୫ଟି ପ୍ରକଳ୍ପ, ଖୋର୍ଦ୍ଧା ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୧୯୮ଟି ପ୍ରକଳ୍ପ ଓ ଅମ୍ବାଭୋନା ବ୍ଲକ୍‌ର ୧୫ଟି ପଞ୍ଚାୟତ ପାଇଁ ୨.୭୩ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର