ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୬୯ ପଞ୍ଚାୟତ ପାଇଁ ୧୩୯୮ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୮ଟି ବ୍ଲକ୍‌ର ୧୬୯ଟି ପଞ୍ଚାୟତ ପାଇଁ ୧୩୯୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍‌, ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍‌, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ୍‌, ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍‌, ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍‌, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ୍‌ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଓ କୁଟ୍ରା ବ୍ଲକ୍‌। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୩୫.୧୧ କୋଟି ଟଙ୍କା।

ଭୁବନ ବ୍ଲକ୍‌ର ୧୮ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୨୨୭ଟି ପ୍ରକଳ୍ପ, କୋମନା ବ୍ଲକ୍‌ର ୩୧ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୨୮୮ଟି ପ୍ରକଳ୍ପ, ଗରଦପୁର ବ୍ଲକ୍‌ର ୧୮ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ, କୋରେଇ ବ୍ଲକ୍‌ର ୨୮ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୨୨୮ଟି ପ୍ରକଳ୍ପ, କାଶୀନଗର ବ୍ଲକ୍‌ର ୧୨ଟି ପଞ୍ଚାୟତ ପାଇଁ ୨.୭୦ କୋଟି ଟଙ୍କାରେ ୮୩ଟି ପ୍ରକଳ୍ପ, ପାଟଣାଗଡ଼ ବ୍ଲକ୍‌ର ୨୯ଟି ପଞ୍ଚାୟତ ପାଇଁ ୫.୭୦ କୋଟି ଟଙ୍କାରେ ୧୯୬ଟି ପ୍ରକଳ୍ପ, ଲହୁଣୀପଡ଼ା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୩.୨୧ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ ଏବଂ କୁଟ୍ରା ବ୍ଲକ୍‌ର ୧୬ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୨୩ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦ ସଦସ୍ୟ, ବିଧାୟକ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର