ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧.୪୪ କୋଟିର ୩୨ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଜିଲ୍ଲାର ୩ଟି ଗ୍ରାମପଞ୍ଚାୟତ ପାଇଁ ୧.୪୪ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତିି। ଏହି ଅବସରରେ ସେ ମଞ୍ଜୁରି ପାଇଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ଏବଂ ଭଲ ଭାବେ କରିବା ପାଇଁ ପରାମର୍ଶ ଦେଇଥିଲେ। ସଚିବାଳୟରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସଂପୃକ୍ତ ଗ୍ରାମପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ସେମାନଙ୍କ ଗାଁର ବିକାଶ ଯୋଜନା ସଂପର୍କରେ ପ୍ରସ୍ତାବ ଦେବାକୁ କହିଥିଲେ। ସେମାନଙ୍କଠାରୁ ପଞ୍ଚାୟତ ଭିତ୍ତିଭୂମି ବିକାଶ ପାଇଁ ଆସିଥିବା ପ୍ରସ୍ତାବଗୁଡ଼ିକୁ ବିଚାର କରି ସେଗୁଡ଼ିକୁ ତୁରନ୍ତ ମଞ୍ଜୁରି ଦେଇଥିଲେ। ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲାର ସୁବାଇ ଗ୍ରାମପଞ୍ଚାୟତରେ ୩୯ ଲକ୍ଷ ଟଙ୍କାରେ ୯ଟି ପ୍ରକଳ୍ପ, ଯାଜପୁର ଜିଲ୍ଲାର ରସଲପୁର ଗ୍ରାମପଞ୍ଚାୟତରେ ୩୭ ଲକ୍ଷ ଟଙ୍କାରେ ୯ଟି, ସମ୍ବଲପୁର ଜିଲ୍ଲାର ଭୋଜପୁର ଗ୍ରାମପଞ୍ଚାୟତରେ ୩୫ ଲକ୍ଷ ଟଙ୍କାରେ ୮ଟି ପ୍ରକଳ୍ପ ଏବଂ ଗଞ୍ଜାମ ଜିଲ୍ଲାର ବବନପୁର ଗ୍ରାମପଞ୍ଚାୟତରେ ୩୩ ଲକ୍ଷ ଟଙ୍କାରେ ୬ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଗତ ମାର୍ଚ ମାସ ୫ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସପ୍ତାହକୁ ଦୁଇଥର ବିଭିନ୍ନ ଗ୍ରାମପଞ୍ଚାୟତର ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ଦେଉଛନ୍ତି।

ସମ୍ବନ୍ଧିତ ଖବର