ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ:୧.୪୦ କୋଟିର ୩୦ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ରେ ୪ଟି ଜିଲ୍ଲାର ୪ଟି ଗ୍ରାମପଞ୍ଚାୟତ ପାଇଁ ୧.୪୦ କୋଟି ଟଙ୍କାର ୩୦ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ଏସବୁ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବେ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଆଜି ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗ୍ରାମପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ସେମାନଙ୍କର ନିଜ ନିଜ ଗ୍ରାମର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନା ଦେବା ପାଇଁ କହିଥିଲେ। ଗ୍ରାମର ଭିତ୍ତିଭୂମି ବିକାଶ ପାଇଁ ସେମାନଙ୍କ ପ୍ରସ୍ତାବ ଗୁଡ଼ିକୁ ବିଚାର କରି ସେ ତୁରନ୍ତ ମଞ୍ଜୁରି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାର ବାରୋ ଗ୍ରାମପଞ୍ଚାୟତର ୩୫ ଲକ୍ଷ ଟଙ୍କା ବ୍ୟୟରେ ୬ଟି, ଅନୁଗୁଳ ଜିଲ୍ଲାର ସାନତ୍ରିବିଡ଼ା ଗ୍ରାମପଞ୍ଚାୟତର ୩୫ ଲକ୍ଷ ଟଙ୍କା ବ୍ୟୟରେ ୮ଟି, ଝାରସୁଗୁଡ଼ା ଜିଲ୍ଲା କୁଡ଼ାଲୋଇ ଗ୍ରାମପଞ୍ଚାୟତର ୩୫ ଲକ୍ଷ ଟଙ୍କା ଖର୍ଚ ଅଟକଳରେ ୯ଟି ଏବଂ କନ୍ଧମାଳ ଜିଲ୍ଲା ଗୁଦାରୀ ଗ୍ରାମପଞ୍ଚାୟତର ୩୫ ଲକ୍ଷ ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପକୁ ସାମିଲ କରାଯାଇଛି।

ସମ୍ବନ୍ଧିତ ଖବର