ଅସହାୟ ଶିଶୁଙ୍କ ଯତ୍ନ ପାଇଁ ପୁରସ୍କାର ରାଶି ଦେଲେ ଅମର

ଭୁବନେଶ୍ୱର : ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ୨୦୧୩ ମସିହା ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ମର୍ଯ୍ୟାଦାଜନକ ‘ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନ ବାବଦକୁ ତାଙ୍କୁ ମିଳିଥିବା ଏକ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶିକୁ ଶ୍ରୀ ଶତପଥୀ ବଡ଼ଚଣା ନିର୍ବାଚନମଣ୍ଡଳୀର ସମିଆ ପଞ୍ଚାୟତ ଅନ୍ତର୍ଗତ ବୁଢ଼ା କେନ୍ଦୁଆର ଅସହାୟ ଶିଶୁମାନଙ୍କର ଯତ୍ନ ନେବା ଓ ଅସହାୟମାନଙ୍କୁ ସାହାରା ଦେଉଥିବା କେନ୍ଦ୍ରକୁ ଦାନ କରିଛନ୍ତି। ସେ କହିଛନ୍ତି, ଏହି ସମ୍ମାନ ବ୍ୟକ୍ତିଗତ ଭାବେ ମୋର ନୁହେଁ, ଏହା ସମଗ୍ର ବଡ଼ଚଣାବାସୀଙ୍କର। କ୍ରମାଗତ ଭାବେ ଲୋକପ୍ରତିନିଧି ଭାବେ ସେବା କରିବା ପାଇଁ ସୁଯୋଗ ଦେଇଥିବା ବଡ଼ଚଣାବାସୀଙ୍କୁ ଏହି ସମ୍ମାନ ଉତ୍ସର୍ଗ କରୁଛି।

ସମ୍ବନ୍ଧିତ ଖବର