ଆମ୍ବୁଲାନ୍ସ ଦୁର୍ଘଟଣାରେ ରୋଗୀଙ୍କ ସମ୍ପର୍କୀୟ ମୃତ

ରାଉରକେଲା: ରାଉରକେଲାରୁ ଜଣେ ରୋଗୀଙ୍କୁ ନେଇ ଭୁବନେଶ୍ବର ଯାଉଥିବା ଏକ ଆମ୍ବୁଲାନ୍ସ ପାଲ୍‌ଲହଡା ଓ ଖମାର ମଝିରେ ଦୁଘର୍ଟଣାଗ୍ରସ୍ତ ହେବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଆମ୍ବୁଲାନ୍ସକୁ ଏକ ଡମ୍ପର ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ବନ୍ଧମୁଣ୍ଡା ଡୁମେର୍ତା ଗ୍ରାମର ପ୍ରଫୁଲ୍ଲ ଏକ୍କା (୩୩)ଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ତାଙ୍କୁୁ ଚିକିତ୍ସା ପାଇଁ ଗତ ୩ ଦିନ ପୂର୍ବେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ସଂଧ୍ୟାରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯାଇଥିଲା। ପାଲଲହଡାରୁ ଖମାର ମଝିରେ ରାତି ପ୍ରାୟ ୧ଟା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ଆମ୍ବୁଲାନ୍ସକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଆଗ ସିଟ୍‌ରେ ବସିଥିବା ଶେଖରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଚାଳକ କ୍ରିଷ୍ଣା ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର