ଭଦ୍ରକ: ଆମ୍ବୁଲାନସ୍ ଗାଡିକୁ ୩୧ ହଜାର ଟଙ୍କା ଫାଇନ୍

ଭଦ୍ରକ : ଭଦ୍ରକ ଜିଲ୍ଲାରେ କରୋନା କଟକଣା କଡାକଡି କରାଯାଇଥିବାରୁ ବେଆଇନ୍ ଭାବେ ଯାତ୍ରୀ ନେଇ ଯାଉଥିବା ଅଭିଯୋଗରେ ଭଦ୍ରକ ପୁଲିସ ଓ ଆରଟିଓ ଚଢାଉ କରି ସଂପୃକ୍ତ ଆମ୍ବୁଲାନସ୍ ଡ୍ରାଇଭରଙ୍କଠାରୁ ୩୧ ହଜାର ୫୦୦ ଟଙ୍କାର ଫାଇନ୍ କାଟିଛି। ପ୍ରକାଶ ଥାଉକି ସାରା ରାଜ୍ୟରେ କରୋନା କଟକଣା କରାଯାଇଥିବା ବେଳେ ଭଦ୍ରକରେ ଏକ ଆମ୍ବୁଲାନସ୍ ଡ୍ରାଇଭର ଚରମ୍ପାର ଡାହାଣୀଗଡିଆଛକଠାରୁ କିଛି ଯାତ୍ରୀଙ୍କୁ ଆମ୍ବୁଲାନସରେ ଉଠାଇ ନେଇ ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ବର ଅଞ୍ଚଳକୁ ଯାଉଥିବା ବେଳେ ପୁଲିସ ସେହି ଆମ୍ବୁଲାନସ୍ ଉପରେ ଚଢାଉ କରିଥିଲା। ଚଢାଉ ବେଳେ ଜଣାଗଲା ଯେ, ଏଇ ଆମ୍ବୁଲାନସରେ ରୋଗୀ ନୁହେଁ, ବରଂ କିଛି ଯାତ୍ରୀଙ୍କୁ ନେଇ ଘଣ୍ଟେଶ୍ବର ଭଡା ସୂତରେ ଯାଉଥିଲା। କରୋନା ବେଳେ ଗାଡି ଚଳାଚଳ ଓ ଭଡା ଯିବାର କଟକଣା ରହିଥିବା ବେଳେ ଆମ୍ବୁଲାନସ୍ ଡ୍ରାଇଭର ଏଇ କଟକଣା ଆଇନକୁ ଭଙ୍ଗ କରିଥିବା ଅଭିଯୋଗରେ ପୁଲିସ ପକ୍ଷରୁ ଭଦ୍ରକ ଆରଟିଓଙ୍କୁ ସୂଚନା ଦେଇଥିଲେ। ଭଦ୍ରକ ଆରଟିଓଙ୍କ ନିର୍ଦ୍ଦେଶକ୍ରସେ ସଂପୃକ୍ତ ଆମ୍ବୁଲାନସ୍ ଉପରେ ଜୋରିମାନା କଟାଯାଇଛି।

ସମ୍ବନ୍ଧିତ ଖବର