ଶ୍ରୀମନ୍ଦିର ସଂସ୍କାର ବୈଠକରେ ଆମିକସ୍‌ କ୍ୟୁରି

ପୁରୀ: ଶନିବାର ମଧ୍ୟାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗ ଦେଇଛନ୍ତି। ତାଙ୍କ ସହ ବୈଠକରେ ଯୋଗ ଦେଇଛନ୍ତି ପରିଚାଳନା କମିଟିର ଅଧ୍ୟକ୍ଷ ମହାରାଜ ଦିବ୍ୟସିଂହ ଦେବ, ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍‌ପି ଉମାଶଙ୍କର ଦାଶ ଓ ପରିଚାଳନା କମିଟିର ସଦସ୍ୟବୃନ୍ଦ।

ଆଜି ସକାଳ ୮ଟା ବେଳେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ତା’ରେ ସେ ଆନନ୍ଦବଜାର ଓ ରୋଷଘରକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ।

ସେଠାରୁ ଦିବା ୧୧ଟାରେ ଶ୍ରୀନହର ଯାଇ ଗଜପତି ମହାରାଜାଙ୍କ ସହ ଶ୍ରୀମନ୍ଦିରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ଓ ତା’ର ନିରାକଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର