ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା : ଆମିକସ୍ କ୍ୟୁରୀଙ୍କ ଷ୍ଟାଟସ ରିପୋର୍ଟ ଦାଖଲ

କଟକ : ଶ୍ରୀଜଗନ୍ନାଥ ମନ୍ଦିର ନାଟ ମଣ୍ତପର ସ˚ରକ୍ଷଣ ତଥା ମରାମତି ପ୍ରସ˚ଗରେ ଆମିକସ୍ କ୍ୟୁରୀ ଇଂଜିନିୟର ଏନ୍.କେ.ମହାନ୍ତି ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ନାଟ ମଣ୍ଡପ ସ୍ଥିତି ଅନୁଧ୍ୟାନ ପାଇଁ ବସା ଯାଇଥିବା ମିଟରର ରିଡିଂ ଅନୁଧ୍ୟାନ କରାଯାଉଛି। ମିଟର ଦ୍ବାରା ରେକର୍ଡ କରାଯାଉଥିବା ଡାଟାକୁ ତର୍ଜମା କରାଯାଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଫନି ଦ୍ବାରା ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଥିବା ବେଳେ ମରାମତି କାର୍ଯ୍ୟ ସଂପାଦନ କରାଯାଇଛି। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦିବ୍ୟାଙ୍ଗଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ସହଜ ପ୍ରବେଶ ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି। କାମ ମାସକ ମଧ୍ୟରେ ସମାପ୍ତ ହେବ; ଅନ୍ୟାନ୍ୟ କାମ ଆଗେଇ ଚାଲିଛି ବୋଲି ଆମିକସ୍ କ୍ୟୁରୀ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୬ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଏଏସଆଇ ନାଟ ମଣ୍ଡପରେ ବସାଯାଇଥିବା ମିଟରର ରିଡିଂ ଓ ଏ ସଂପର୍କିତ ଡାଟା ପ୍ରସଂଗରେ ସାନି ତଥ୍ୟ ଉପସ୍ଥାପନ କରିବ। ମରାମତିର ଷ୍ଟାଟସ ରିପୋର୍ଟ ଦାଖଲ କରିବ। ଏଥି ସହିତ ଆମିକସ୍ କ୍ୟୁରୀ ମଧ୍ୟ ମରାମତିର ସାନି ସ୍ଥିତି ସଂପର୍କରେ ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ ଏବଂ ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର