ଓଡ଼ିଶା ପାଇଁ ବଳ କଷାକଷି

ଅମିତ ଶାହ ୩ରେ ଆସିବେ ପୁରୀ, ଟାର୍ଗେଟରେ ଜନଜାତି, ୬ରେ ରାହୁଲଙ୍କ ରାଉରକେଲା ଓ ଭବାନୀପାଟଣା ଗସ୍ତ

ଭୁବନେଶ୍ବର : ଆସନ୍ତା ୩ ତାରିଖରେ ପୁଣିଥରେ ଓଡ଼ିଶା ଆସିବେ ବିେଜପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ ପୁରୀରେ ହେବାକୁ ଥିବା ‘ବିଜେପି ଜନଜାତି ରାଷ୍ଟ୍ରୀୟ ମହାଧିବେଶନ’ର ଉଦଯାପନୀ ସମାରୋହରେ ଯୋଗଦେବେ। ଏହାସହିତ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୬ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶା ଗସ୍ତରେ ଆସି ୨ଟି ଜନସଭାକୁ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି। କଳାହାଣ୍ଡିର ଭବାନୀପାଟଣାରେ ଦିନ ୧୧ଟା ଓ ରାଉରକେଲାରେ ଦିନ ୨ଟାରେ ଜନସଭାକୁ ସମ୍ବୋଧିତ କରିବେ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଏମିତି ପ୍ରସ୍ତାବ ଏଆଇସିସିକୁ ଯାଇଛି।

ତେବେ େଗାଟିଏ ସପ୍ତାହରେ ପୁଣି ଥରେ ଉଭୟ ଦଳର ଦୁଇ େହଭିେଵଟଙ୍କ ଓଡ଼ିଶା ଗସ୍ତକୁ ରାଜନୈତିକ ମହଲ େବଶ ଗୁରୁତ୍ବ େଦଉଛନ୍ତି। ସରକାର ବିରୋଧୀ ହାୱା ସୃଷ୍ଟି କରିବା ଲାଗି କଂଗ୍ରେସ ଓ ବିେଜପି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ େହାଇଯାଇଛି। ଏମିତି େଯ ଉଭୟ ରାଜ୍ୟ ନେତା ସଂଗଠନ ସଜାଡିବା ଦିଗରେ େଯତିକି ଗୁରୁତ୍ବ େଦଉଛନ୍ତି, ତା ଅପେକ୍ଷା ଅଧିକ ଗୁରୁତ୍ବ େଦଉଛନ୍ତି େକନ୍ଦ୍ରୀୟ େନତାଙ୍କୁ। ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କୁ ବାରମ୍ବାର ଓଡ଼ିଶା ଆଣିବା ଲାଗି େଚଷ୍ଟା ଚଳାଇଛନ୍ତି େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିନି ତିନି ଥର ପ୍ରଧାନମନ୍ତ୍ରୀ ଆସିବା ପରେ ଅମିତ ଶାହ ଗତ ୨୯ ତାରିଖ ଦିନ ଓଡ଼ିଶା ଆସିଥିଲେ। ଆଜି ବିେଜପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜନଜାତି େମାର୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମ ବିଚାର େନତମ କହିଛନ୍ତି, ଆସନ୍ତା ୨ ଓ ୩ ତାରିଖରେ ପୁରୀରେ ଦୁଇ ଦିନିଆ ଜାତୀୟ ଜନଜାତି ରାଷ୍ଟ୍ରୀୟ ମହାଧିେବଶନ ଅନୁଷ୍ଠିତ େହବ। େଫବ୍ରୁଆରି ୧ ତାରିଖ ଅପରାହ୍ନ ୫ଟାରେ ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ େହବ। ଏହି ମହାଧିେବଶନରେ ଆସାମ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ତ୍ରିପୁରା ଉପମୁଖ୍ୟମନ୍ତ୍ରୀ େଯାଗଦେବେ। ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ପ୍ରତିନିଧି ବି େଯାଗଦେବାର କାର୍ଯ୍ୟକ୍ରମ ରହିଛି।

େସପଟେ ଭୁବନେଶ୍ବର ତମାେଣ୍ଡା ସଭାରେ ରାହୁଲଙ୍କ ବକ୍ତବ୍ୟ ଗାଁ ଗଣ୍ଡାରେ ପହଞ୍ଚିଛି। କେଂଗ୍ରସ କର୍ମୀ ପୁଣି ଉତ୍ସାହିତ େହାଇଛନ୍ତି। ଏଣୁ କଂଗ୍ରେସ ଅଧ୍ୟକ୍ଷଙ୍କୁ ବାରମ୍ବାର ଓଡ଼ିଶା ଆଣି ସରକାର ବିେରାଧୀ େଭାଟର ସିଂହଭାଗ ହାତେଇବା ଲାଗି ପ୍ରଦେଶ କେଂଗ୍ରସ ଟିମ୍ େଜାରଦାର ଉଦ୍ୟମ ଚଳାଇଛି। ପ୍ରିୟଙ୍କାଙ୍କ ଏକାଧିକ ଥର ଓଡ଼ିଶା ଗସ୍ତ ପାଇଁ ମଧ୍ୟ ଦଳ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର