ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଶ୍ରୀଜିଉଙ୍କ ଦର୍ଶନ ପରେ ଆୟୋଜିତ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ଦେବ ଉଦବୋଧନ

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧିବେଶନରେ ସାମିଲ ହେବା ପାଇଁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଭୁବନେଶ୍ୱରରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ତାଙ୍କୁ ଫୁଲ ତୋଡା ଦେଇ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି ।

ତେବେ ସମାବେଶରେ ଯୋଗ ଦେବା ପୂର୍ବରୁ ପ୍ରଥମେ ଶାହା ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କରାଯାଇଛି । ଏହା ପରେ ତାଳବଣିଆ ପଡିଆରେ ଜନଜାତିଙ୍କ ପାଇଁ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧନ କରିବେ ଶାହା ।

ସମ୍ବନ୍ଧିତ ଖବର