ଦଳିତ ଘରେ ଅମିତଙ୍କ ଭୋଜନକୁ ପଡ଼ା ଲୋକଙ୍କ ବିରୋଧ

ବଲାଙ୍ଗୀର/ଦେଓଗାଁ : ବିଜେପି ଅଧ୍ୟକ୍ଷ ଅମିତ ଶାହ ଭବାନୀପାଟଣା ଗସ୍ତ ସାରି ଗୁରୁବାର ବଲାଙ୍ଗୀର ଯିବେ। ଏହି ଅବସରରେ ଦେଓଗାଁ ବୁଢ଼ାଡଙ୍ଗରପଡ଼ାର ମହେଶ୍ୱର ସୁନାଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ ଶ୍ରୀ ଶାହଙ୍କ ସମେତ ଦଳର ୫୦ ଜଣ ନେତା। ସେଥିପାଇଁ ଶ୍ରୀ ସୁନାଙ୍କ ଘରକୁ ସାଜସଜ୍ଜା କରାଯାଉଛି। ଏଠାରେ ୧୦ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି ଶ୍ରୀ ଶାହଙ୍କ ପାଇଁ। ତେବେ ଦେଓଗାଁ ପ୍ରତିନିଧିଙ୍କ ସୂଚନା ଅନୁସାରେ, ବୁଢ଼ାଡଙ୍ଗରପଡ଼ାର ଲୋକଙ୍କ ମଧ୍ୟରେ ଶ୍ରୀ ଶାହଙ୍କ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗକୁ ନେଇ ଅସନ୍ତୋଷ ରହିଛି। ବୁଧବାର ପଡ଼ା ଲୋକେ ବୈଠକ କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଡକାଇଥିଲେ ବୈଠକସ୍ଥଳକୁ। ସେମାନଙ୍କ ଅଭିଯୋଗ ହେଉଛି ଯେ, କିଛି ରାଜନୈତିକ ଲୋକ ମହେଶ୍ୱର ସୁନାଙ୍କୁ ଭୁତାଇ ଶ୍ରୀ ଶାହଙ୍କୁ ମଧ୍ୟାହ୍ନ ଭୋଜନ କରାଇବାର ଯୋଜନା ରଖିଛନ୍ତି। ଏହାକୁ ପଡ଼ାର ଲୋକେ ସମର୍ଥନ ଦେଉ ନାହାନ୍ତି। ଯେଉଁ ବିଜେପି ଦଳିତ-ଆଦିବାସୀଙ୍କ ପ୍ରତି ଅନ୍ୟାୟ କରିଛି ସେହି ଦଳକୁ ସେମାନେ ସମର୍ଥନ ଦେଉ ନାହାନ୍ତି; ବିରୋଧ କରୁଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର