ଶେଷରେ ଅବସର ନେଲେ ବିଧାନସଭା ସଚିବ

ଯୁଗ୍ମ ସଚିବ ଶିଶିର କାନ୍ତଙ୍କୁ ଅସ୍ଥାୟୀ ସଚିବ ଦାୟିତ୍ବ

ଭୁବନେଶ୍ବର : ବିଧାନସଭା ସଚିବ ପଦରୁ ଅବସର ନେଇଛନ୍ତି ଅମୀୟ କୁମାର ଷଡ଼ଙ୍ଗୀ। ଶ୍ରୀଷଡ଼ଙ୍ଗୀଙ୍କ ଅବସର ଗ୍ରହଣ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀଷଡ଼ଙ୍ଗୀଙ୍କ ଅବସର ପରେ ବିଧାନସଭା ଯୁଗ୍ମ ସଚିବ ଶିଶିରକାନ୍ତ ସ୍ବାଇଁଙ୍କୁ ଅସ୍ଥାୟୀ ସଚିବ ଭାବେ ଦାୟିତ୍ବ ମିଳିଛି।

ପ୍ରକାଶଥାଉକି, ବିଧାନସଭା ସଚିବ ଭାବେ ଅମୀୟ କୁମାର ଷଡ଼ଙ୍ଗୀଙ୍କ ଅବସର ପରେ ୪ଥର କାର୍ଯ୍ୟକାଳ ବୃଦ୍ଧି କରାଯାଇ ୬ ବର୍ଷ ପର୍ଯ୍ୟନ୍ତ ଏହି ପଦବିରେ ରଖାଯାଇଥିଲା। ୨୦୧୧ ମେ ୧୯ ତାରିଖରେ ଅମୀୟ କୁମାର ଷଡ଼ଙ୍ଗୀ ସଚିବ ପଦରେ ନିଯୁକ୍ତି ପାଇଥିଲେ। ୨୨ ମାସ ପରେ, ୨୦୧୩ ମାର୍ଚ୍ଚ ୩୧ ତାରିଖରେ ସଚିବ ପଦରୁ ଅବସର ନେଇଥିଲେ। କିନ୍ତୁ ଅବସର ପରେ ତାଙ୍କ କାର୍ଯ୍ୟକାଳକୁ ପ୍ରଥମେ ୨୦୧୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୨ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ସେବେଠାରୁ ଲଗାତାର ଭାବେ ୨୦୧୫ ଏପ୍ରିଲରେ ୨ବର୍ଷ, ୨୦୧୭ ଏପ୍ରିଲରେ ୧ ବର୍ଷ ଓ ୨୦୧୮ ଏପ୍ରିଲରେ ଆଉ ୧ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ଚର୍ଚ୍ଚା ହେଉଛି ଚଳିତଥର ୫ମ ଥର ପାଇଁ ଶ୍ରୀଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବାଚସ୍ପତି ରାଜ୍ୟପାଳଙ୍କୁ ସୁପାରିସ କରିଥିଲେ ବି ରାଜ୍ୟପାଳ ଶ୍ରୀଷଡ଼ଙ୍ଗୀଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର