ଅଭିଜିତ ଆୟାରମିତ୍ରଙ୍କ ସପକ୍ଷରେ ବାହାରିଲା ଆମନେଷ୍ଟି ଇଣ୍ଟରନାସନାଲ : ତାଙ୍କୁ ତୁରନ୍ତ ଖଲାସ କରାଯାଉ

ଭୁବନେଶ୍ୱର : କୋଣାର୍କ ସୂର୍ଯ୍ୟମନ୍ଦିର ଓ ଓଡ଼ିଆ ସଂସ୍କୃତି ପ୍ରତି ଅପମାନସୂଚକ ବକ୍ତବ୍ୟ ଦେଇ ଗିରଫ ହୋଇ ଜେଲରେ ଥିବା ସ୍ତମ୍ଭକାର ଅଭିଜିତ ଆୟାରମିତ୍ରଙ୍କ ସପକ୍ଷରେ ବାହାରିଛି ଅନ୍ତର୍ଜାତୀୟ ମାନବ ଅଧିକାର ସଂସ୍ଥା ଆମନେଷ୍ଟି ଇଣ୍ଟରନାସନାଲ ।

 

ଆମନେଷ୍ଟି ପକ୍ଷରୁ ଏ ସଂପର୍କରେ ଏକ ଟ୍ଵିଟ କରି କୁହାଯାଇଛି ଯେ ଏକ ବ୍ୟଙ୍ଗାତ୍ମକ ବକ୍ତବ୍ୟ ପାଇଁ ଓଡ଼ିଶା ସରକାର ଅଭିଜିତଙ୍କୁ ଗିରଫ କରିବା ବେଶ ଦୁର୍ଭାଗ୍ୟଜନକ । ଏପରିକି ଓଡ଼ିଶା ବିଧାନସଭା ଆଗରେ କ୍ଷମା ମାଗିବା ସତ୍ତ୍ୱେ ତାଙ୍କୁ ଜେଲରେ ପୁରାଇ ରଖିବା ଚିନ୍ତାଜନକ । ଓଡ଼ିଶା ସରକାର ତାଙ୍କର ମତ ପ୍ରକାଶକରିବାର ଅଧିକାରର ସମ୍ମାନ କରିବା ସହ ତାଙ୍କୁ ତୁରନ୍ତ ଖଲାସ କରିବା ଉଚିତ ବୋଲି ଆମନେଷ୍ଟି କହିଛି ।

ସମ୍ବନ୍ଧିତ ଖବର