ପୁରୀ : ଭଗବାନଙ୍କ ଅସୁସ୍ଥତାରେ ଯେମିତି ଶ୍ରୀମନ୍ଦିର ନିରବି ଯାଇଛି। ଅସୁସ୍ଥତା କାରଣରୁ ଶ୍ରୀବିଗ୍ରହମାନଙ୍କୁ ଦଇତାପତି ସେବକମାନେ ଆଜି ଶୁକ୍ଳବସ୍ତ୍ର ଲାଗି କରାଇଛନ୍ତି। ଖଣ୍ଡିଏ ମାତ୍ର ଶୁକ୍ଳବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ଗୋଟିଏ ମାତ୍ର ବସ୍ତ୍ର ପରିଧାନ ପୂର୍ବକ ଦଇତାପତି ମହାପ୍ରଭୁଙ୍କୁ ଏହି ଶୁକ୍ଳ (ଧଳା) ବସ୍ତ୍ର ଲାଗି କରାଇଛନ୍ତି। ଶୁକ୍ଳ ବସ୍ତ୍ର ସହ ଫୁଲ ମଧ୍ୟ ଧଳା ରଙ୍ଗର ଲାଗି ହୋଇଛି। ଅସୁସ୍ଥତା ଯୋଗୁ ମହାପ୍ରଭୁଙ୍କ ପ୍ରିୟ ତୁଳସୀ ବି ଆଜି ଲାଗି ହୋଇନାହିଁ। ଟଗର ସହ ଅନ୍ୟାନ୍ୟ ଧଳା ଫୁଲକୁ ମହାପ୍ରଭୁଙ୍କଠାରେ ଲାଗି କରାଯାଇଛି। ଅନ୍ୟ କୌଣସି ରଙ୍ଗର ଫୁଲ ଅଣସରପିଣ୍ଡିକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି। ଧଳା ଫୁଲ ଅଭାବ ନ ଥିଲେ ମଧ୍ୟ ଉପଲବ୍ଧତା କମ୍ ଥିବାରୁ ମହାପ୍ରଭୁଙ୍କୁ ଲାଗି କରିବା ପାଇଁ ଚାହୁଁଥିବା ଭକ୍ତମାନେ ମଧ୍ୟ ଫୁଲ ଦେଇପାରିବେ ବୋଲି ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ର ସୂଚନା ଦେଇଛନ୍ତି। ଗାରଦ କାର୍ଯ୍ୟାଳୟ କିମ୍ବା ମୁକ୍ତିମଣ୍ଡପ ନିକଟରେ ରହିଥିବା ନୃସିଂହ ମନ୍ଦିର ପରିସରରେ ଏହି ଫୁଲ ପ୍ରଦାନ କରାଗଲେ ସେଠାରୁ ଏହା ମହାପ୍ରଭୁଙ୍କ ନିକଟରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି।
ଶୁକ୍ଳ ବସ୍ତ୍ରରେ ବିଶ୍ରାମ ନେଲେ ମହାପ୍ରଭୁ
/sambad/media/post_attachments/wp-content/uploads/2018/06/Jagannath-Temple-FI.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)