ଆଜିଠାରୁ ମହାପ୍ରଭୁଙ୍କ ବଦଳରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ ଭକ୍ତ

ପୁରୀ : ରଥଯାତ୍ରାର ଆଦ୍ୟପର୍ବ ପ୍ରସିଦ୍ଧ ସ୍ନାନ ପୂର୍ଣ୍ଣିମା ଶେଷ ହୋଇଛି। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ଆଉ ଏହାପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରକୁ ଯିବେ ମହାପ୍ରଭୁ। ଅଣସର ଘରେ ଶ୍ରୀଜିଉଙ୍କ ଚିକିତ୍ସା ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ।

ତେଣୁ ଅଣସର ଘରେ ଶ୍ରୀଜିଉ ୧୪ ଦିନ ରହିବା ସମୟରେ ଭକ୍ତମାନେ ବ୍ରହ୍ମଗିରି ଯାଇ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି। ଓଡିଆ ପରମ୍ପରା ଏବଂ ଭକ୍ତଙ୍କ ବିଶ୍ୱାସ ଅନୁଯାୟୀ, ଏହି ୧୪ ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନର ସମଫଳ ମିଳିଥାଏ।

ଆସନ୍ତାକାଲି (ଶୁକ୍ରବାର)ଠାରୁ ଶ୍ରୀ ଅଲାରନାଥଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବ। ତେଣୁ ଭକ୍ତମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତମାନଙ୍କ ସୁରକ୍ଷା ପାଇଁ ପ୍ରଥମ ଥର ୯ଟି ସିସିଟିଭି କ୍ୟାମେରା ମନ୍ଦିର ଚାରିପଟେ ଲାଗିଛି। କେବଳ ସେତିକି ନୁହେଁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ପ୍ରସାଦ ସେବନ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ। ଏହାଛଡ଼ା ମନ୍ଦିରକୁ ସଜ୍ଜିତ ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର