ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: ବିଗତ ୩୬ ଦିନ ହେବ ବିଧାନସଭା ସମ୍ମୁଖରେ ଧାରଣାରତ ଅଙ୍ଗନବାଡ଼ି କର୍ମୀମାନେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିଭିନ୍ନ ଦାବି ନେଇ ଅଙ୍ଗନବାଡ଼ି ସଙ୍ଘ ନେତ୍ରୀ ଓ ପ୍ରାୟ ୨୦୦ କର୍ମୀ ରାଜ୍ୟ ସଚିବାଳୟରେ ନବୀନଙ୍କୁ ଭେଟି ଆଲୋଚନା କରିଛନ୍ତି। ଆଲୋଚନା ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉପସ୍ଥିତ ଥିଲେ। ଅଙ୍ଗନଓ୍ଵାଡି କର୍ମୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦାବି ସମ୍ପର୍କରେ ଖୁବଶୀଘ୍ର ବିଚାର କରାଯିବ।

ସମ୍ବନ୍ଧିତ ଖବର