ଏସ୍‌ସିବିରେ ମାସେ ହେଲା ଆନ୍‌ଜିଓଗ୍ରାମ୍ ବନ୍ଦ

କଟକ: କଟକ ବଡ଼ ମେଡିକାଲକୁ ଆସୁଥିବା ହୃଦରୋଗୀ ଏବେ ‌ଚିକିତ୍ସା ପାଇଁ ସମସ୍ୟାରେ ପଡ଼ୁଛନ୍ତି। ମାସେ ହେଲା ଆନ୍‌ଜିଓଗ୍ରାମ ସେବା ବନ୍ଦ। ରୋଗୀ ଯାଉଛନ୍ତି ଘରୋଇ ହସ୍ପିଟାଲକୁ। ଖାଲି ସେତିକି ନୁହେଁ ଯେଉଁମା‌ନଙ୍କୁ ତାରିଖ ମଧ୍ୟ ଦିଆଯାଇଥିଲା, ସେସବୁ ରୋଗୀଙ୍କୁ ମଧ୍ୟ ତାରିଖ ପରିବର୍ତ୍ତନ କରିବାକୁ ପଡିଛି। ମାଗଣା ଯୋଜନା ପାଇଁ ବାଧ୍ୟ ହୋଇ ତାରିଖ ପରେ ତାରିଖକୁ ଅପେକ୍ଷା କରୁଛନ୍ତି ରୋଗୀ। ବର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି କାମ ଚାଲିଥିବାରୁ ଆନ୍‌ଜିଓଗ୍ରାମ୍ ବନ୍ଦ ରହିଥିବା କୁହାଯାଉଛି। ଏସ୍‌ସିବି ଭଳି ଗୁରୁତ୍ବପୂର୍ଣ୍ଣ ତଥା ରାଜ୍ୟର ପ୍ରମୁଖ ସରକାରୀ ହସ୍‌ପିଟାଲରେ ଯଦି ସ୍ଥିତି ଏଭଳି, ତେବେ ଅନ୍ୟ ଅଞ୍ଚଳରେ ରୋଗୀ ସେବାର ସ୍ଥିତି କିଭଳି ଥିବ ବୋଲି ପ୍ରଶ୍ନ କରୁଛନ୍ତି ରୋଗୀ ଓ ତାଙ୍କ ସଂପର୍କୀୟ। ଅନ୍ୟପଟେ ଏଭଳି ସ୍ଥିତିକୁ ନେଇ ଆର୍ଥିକ ଦୁର୍ବଳ ଗୁରୁତର ରୋଗୀ ଅଧିକ ସମସ୍ୟାରେ ପଡ଼ୁଛନ୍ତି। ଏସ୍‌ସିବିରେ ମାସେ ହେଲା ଆନ୍‌ଜିଓଗ୍ରାମ୍ ବନ୍ଦ ରହିଥିବା ସଂପର୍କରେ ହୃଦ୍‌ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଉତ୍ତମ ପଟ୍ଟନାୟକଙ୍କୁ କହିଛନ୍ତି ଯେ ବାର୍ଷିକ ମରାମତି ଓ ସେଣ୍ଟ୍ରାଲ ଏସି କାମ ଚାଲିଥିବାରୁ ଆନଜିଓଗ୍ରାମ ବନ୍ଦ ରହିଛି। କାମ ସରିଆସିଲାଣି, ଆସନ୍ତା ସୋମବାରଠାରୁ ଏହା ପୂର୍ବ ଭଳି କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର